ଯୋଡା(ଚିତ୍ତରଞ୍ଜନ କର ) ଟାଟା ଷ୍ଟିଲର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ମହତ ଉଦ୍ଦେଶ୍ୟ ରଖି ଯୋଡା ବ୍ଲକର ବିଲେଇପଦା ସାମାଜିକ କେନ୍ଦ୍ର ଠାରେ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା(ଟି ଏସ.ଆର.ଡି.ଏସ) ଓ ଟାଟା ଷ୍ଟିଲର ଯୋଡା ଡାକ୍ତରଖାନାର ମିଳିତ ପ୍ରୟାସରେ ଏହି ଶିବିରାରି ଆୟୋଜନ କରାଯାଇଥିଲା । ବିଲେଇପଦା ସରପଞ୍ଚ ରମେଶ ନାଏକ ଏବଂ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଫକିର ମୋହନ ନାଏକ ଏବଂ ଟିଏସଆରଡିଏସ ଯୋଡା ୟୁନିଟ ମୁଖ୍ୟ ତନ୍ମୟ କର ଅତିଥି ବାବେ ଯୋଗ ଦେଇଥିଲେ । ବିଶେଷଜ୍ଞ ଡାକ୍ତର ଭାବେ ଟାଟାଷ୍ଟିଲ ଡାକ୍ତରଖାନାର ଡ. ଦେବାଶିଷ ଶତପଥି, ଟି.ଏସ.ଆର.ଡି.ଏସ ର ଡ. ନରେଶ ମୁଣ୍ଡା, ଡ. ଅନମୋଲ ଟିଗା ଓ ଡ. ଚନ୍ଦ୍ରାଇ ବେସ୍ରା ଉପସ୍ଥିତ ରହି ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ସମୁଦାୟ ୪୬୪ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସେମାନଙ୍କୁ ଏଠାରେ ମାଗଣା ଔଷଧ ପ୍ରଦାନ କରିଯାଇଥିଲା । ସେଥି ମଧ୍ୟରୁ ୨୨୯ ଜଣ ପୁରୁଷ ଓ ୨୩୫ ଜଣ ମହିଳା ଥିଲେ । ତନ୍ମଧ୍ୟରୁ ୨୯ ଜଣ ରୋଗଙ୍କୁ ଭଲ ଚିକିତ୍ସା ପାଇଁ ଟାଟା ଷ୍ଟିଲର ଯୋଡା ଡାକ୍ତରଖାନାକୁ ରେଫର କରାଯାଇଥିଲା । ବିଭିନ୍ନ ରୋଗ ଯଥା ୟୁଆରଟିଆଇ, ଆରଟିଆଇ, ଟିବି, ଚର୍ମ, ସ୍କାବିଜ, କୁଷ୍ଠ ଇତ୍ୟାଦି ରୋଗୀ ଏହି ଶିବିରକୁ ଚିକିତ୍ସା ପାଇଁ ଆସିଥିଲେ । ଟାଟା ଷ୍ଟିଲର ଯୋଡା ସ୍ଥିତ ବିଭିନ୍ନ ଖଣି ତଥା ଅନ୍ୟ ପରିଚାଳନା କ୍ଷେତ୍ରରେ ପାଶ୍ୱର୍ବତ୍ତୀ ଗ୍ରାମାଞ୍ଚଳରେ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏହି ଭଳି ଭାବେ ନିରନ୍ତର ବ୍ୟବଧାନରେ କମ୍ପାନୀ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଆସୁଛି । ଏହି ଶିବିରକୁ ଆୟୋଜନ କରିବାରେ ଜ୍ୟୋତ୍ସାରାଣୀ ବାରିକ, ଆର କେ ପ୍ରସାଦ, ବିମଳା କାରୁଆ, ଗଣେଶ କାରୁଆ ଓ ଦିପ୍ତି ସୁନନ୍ଦା, ମନିଶା, ଶିବାନନ୍ଦ, ସ୍ପନ୍ଦନ ,ବିରେନ୍ଦ୍ର ମହାନ୍ତ ଏବଂ ମନୋଜ ମହାନ୍ତ ସାହାଯ୍ୟ କରିଥିଲେ ।
ରାଜ୍ୟ
ବିଲେଇପଦାରେ ଟାଟା ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର
- Hits: 373