ଯାଜପୁର(ଜୟଶଙ୍କର ଦାଶ ): ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିରଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକି୍ରୟାରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶୁଣାଣିରେ ମୋଟ ୧୭୮ ଗୋଟି ଅଭିଯୋଗ ମଧ୍ୟରୁ ୧୬୧ ଗୋଟି ବ୍ୟକ୍ତିଗତ, ୦୪ ଗୋଟି ସାମୁହିକ ଆବେଦନ ପତ୍ର ମିଳିଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୩ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ସେମାନଙ୍କୁ ୪୦,୦୦୦/- ଟଂକା ପ୍ରଦାନ କରାଯାଇଥିଲା ଓ ଶିବିରରେ ତତକ୍ଷଣ ୭୬ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ଜାନୁଆରୀ ୧୪ ତାରିଖରେ ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ମହାସମାଧାନ ଶିବିର, ୨୧ ତାରିଖରେ ରସୁଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ଓ ୨୮ ତାରିଖରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପାକସ୍ଥ ପକ୍ଷରୁ ପ୍ରକାଶ ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପ-ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ତହସିଲଦାର ସୁନୀଲ ମେହେର, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ପୋଲିସ ଏସ୍.ଡି.ପି.ଓ. ପ୍ରଶାନ୍ତ ମଲ୍ଲ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।