ହେଡଲାଇନସ୍:

ଜିଲ୍ଲା କୃଷକ ସଂଘ ଓ ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷ ଓ ଚାଷୀ ବଞ୍ଚାଅ -ଦେଶ ବଞ୍ଚାଅ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କୃଷି ଓ କୃଷକ ମାନଙ୍କ ବିଭିନ୍ନ ଦାବୀ ଏବଂ ସମସ୍ୟା ଗୁଡିକ ନେଇ ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାର ଠାରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା କୃଷକ ସଂଘ ଓ ରାଜ୍ୟ ନବନିର୍ମାଣ  କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଏକ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏବଂ ଜିଲ୍ଲା କୃଷକ ସଂଘ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସରକାର ଚାଷୀମାନଙ୍କୁ ଉପଯୁକ୍ତ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦେବା ସହ ବିହନ ଠାରୁ ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ପର୍ଯ୍ୟନ୍ତ କରିବା ଆମର ମୁଖ୍ୟ ଦାବୀ ।

ପ୍ରତ୍ୟେକ ସେବା ସମବାୟ ସମିତି ଗୁଡିକରେ ଭିତ୍ତିଭୁମୀର ଘୋର ଅଭାବ ରହିଥିବା ସହ ମିଲର ଓ ବିଭାଗୀୟ ମନ୍ତ୍ରୀଙ୍କ ଅସାଧୁ ମେଣ୍ଟ ରହିଥିବା ଯୋଗୁଁ ଚାଷୀମାନେ ମଣ୍ଡିରେ ଧାନ ଦେଇ ନପାରି ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲାର ବିଭିନ୍ନ ଧାନମଣ୍ଡିର ସ୍ଥିତି ଆକଳନ କରିବା ପରେ ଏଭଳି ସୂଚନା ଦେଇ  କହିଛନ୍ତି ଯେ ଧାନମଣ୍ଡି ଗୁଡିକରେ ବର୍ତ୍ତମାନ ଯେଉଁ ଅବ୍ୟବସ୍ଥା  ସବୁ ଲାଗିରହିଛି ସେଥିପାଇଁ ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲା ଯୋଗାଣ ଅଧିକାରୀ,ଏ.ଆର,ସି.ଏସ ଉପଜିଲ୍ଲାପାଳ ସମସ୍ତେ ଏ ଦିଗରେ ଉଦାସୀନ ।

ଚାଷୀର ଭିତ୍ତିଭୂମୀ ଯାହାକି ପ୍ରତ୍ୟେକ ଚାଷ ଜମିକୁ ପାଣି ଏବଂ ବିହୀନ ଠାରୁ ବଜାର ପର୍ଯ୍ୟନ୍ତ ଚାଷୀର ସମସ୍ତ ସୁବିଧା କରିବା ଆମର ଦାବୀ । ସରକାର ଚାଷୀମାନଙ୍କ ଉଦ୍ଦେଶ୍ୟରେ କାଳିଆ ଓ ବିଭିନ୍ନ ଯୋଜନା କରି ଚାଷୀଙ୍କ ମୁଖ୍ୟ ସମସ୍ୟାରୁ ଓହରି ଯାଉଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ଆର୍ଥିକ ସହାୟତା ଓ ମାସିକ ଭତ୍ତା ଦେବା ଯେଉଁ ଦାବୀ ରହିଛି ତାକୁ ଏଡାଇବା ପାଇଁ ସରକାର ଏଭଳି ଯୋଜନା କରିଚାଲିଛନ୍ତି ।

ଗତ ତିତଲି ଓ ପେଥେଇ ବାତ୍ୟାରେ ରୋଗପୋକ ହେବା ସହ ଉତ୍ପାଦିତ ଧାନରେ ବହୁ କ୍ଷୟକ୍ଷତି ହୋଇଛି ହେଲେ ଏଯାବତ କ୍ଷତିପୁରଣ ମିଳିନି । ଯାହା କିଛି ବି ମିଳିଛି ହେଲେ ସେ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିଲିଫ କୋଡ ପ୍ରକାରେ ମିଳିନି । ବର୍ତ୍ତମାନ ଚାଷୀକୁଳ ଚାଷପ୍ରତି ବିମୁଖ ହୋଇ ପଡିବା ଫଳରେ ହଜାର ହଜାର ହେକ୍‍ଟର ଚାଷ ଜମିରେ ଧାନଚାଷ ନ ହୋଇ ତାହା ପଡିଆ ହୋଇ ରହିଛି ବୋଲି କହିଥିଲେ ।

ଆଜି ଗୋଷାଣୀ ଠାରେ ଉଭୟ ସଂଗଠନର ହଜାର ହଜାର ଚାଷୀ ଓ ଚାଷ ବଞ୍ଚାଅ ନେଇ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥଇଲେ । ପ୍ରତି ଜମିକୁ ଜଳସେଚନ ପ୍ରତି ପଞ୍ଚାୟତରେ ଧାନମଣ୍ଡି ଉତ୍ପାଦିତ  ଧାନର ପ୍ରକୃତ ମୂଲ୍ୟ ଚାଷୀଙ୍କୁ ପେନସନ ପ୍ରଭୃତି ବ୍ୟବସ୍ଥା କରିବା ଉପରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ ।

ପ୍ରେସମିଟ ଓ ବିକ୍ଷୋଭରେ ସଂଗଠନ ସଂଘର ରାଜ୍ୟ ଯୁବଛାତ୍ର ନେତା ମନଵର ଅଲି, ଗଞ୍ଜାମ ଛାତ୍ର ସମାଜ ସଂଯୋଜକ ଇଜୁ ଅମିନ ଖାଁ, ଛତ୍ରପୁରର ପ୍ରଦୀପ ନାହାକ, ଉମା ଭାରତୀ, ପାରଳା ସ୍ୱାଭିମାନ ମଞ୍ଚ ମୁଖ୍ୟ ଡ: ତିରୁପତି ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଦାବୀପତ୍ର ଦେଇଥିଲେ ।

0
0
0
s2sdefault