ହେଡଲାଇନସ୍:

ପାଞ୍ଚଶହରୁ ଉର୍ଧ୍ଵ  ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅଲଓଡିଶା ଅଙ୍ଗନଵାଡି ଲେଡିସ୍‍ ୱାର୍କରସଁ  ଆସୋସିଏସନ, ଗଜପତି ଜିଲ୍ଲା ଶାଖା ପକ୍ଷରୁ  ବିଭିନ୍ନ ମୌଳିକ ଦାବୀ ଗୁଡିକ ନେଇ   ଜିଲ୍ଲାପାଳଙ୍କ କାର୍ଯ୍ୟାଳ ଘେରାଉ କରିବା ସହ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଜିଲ୍ଲା ଶାଖାର ସଭାନେତ୍ରୀ ପୁଷ୍ପାଞ୍ଜଳୀ ପଣ୍ଡା, ସମ୍ପାଦିକା ଅଞ୍ଜଳୀ ନାୟକ ଏବଂ କୋଷାଧ୍ୟକ୍ଷ ଅଜନ୍ତୀ ନାୟକଙ୍କ ନେତୃତ୍ୱରେ ୫୦୦ରୁ ଉର୍ଧ୍ଵ  ଅଙ୍ଗନଵାଡି କର୍ମୀ ଓ ସହାୟିକା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ବିକ୍ଷୋଭ ଶୋଭଯାତ୍ରାରେ ବାହାରି ବିଭିନ୍ନ ମୌଳିକ ଦାବୀ ଗୁଡିକ ଉପରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସଂଘର ଦାବୀ ଗୁଡିକ ଦୋହରାଇ ସଭାନେତ୍ରୀ ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ସମ୍ପାଦିକା ଅଞ୍ଜଳୀ ନାୟକ କହିଥିଲେ ଯେ ଆମର ଦୀର୍ଘ ବର୍ଷର ଦାବୀ ଗୁଡିକ ରାଜ୍ୟ ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ସରକାର ଦାବୀ ପୁରଣ କରିବା ଦିଗରେ ଟାଳଟୁଳ ନୀତି ପ୍ରଦର୍ଶନ କରିଆସୁଛନ୍ତି । ଏହାର ପ୍ରତିବାଦରେ ଗତ ୨୬.୧୧.୨୦୧୮ର ତାରିଖ ଠାରୁ ଅଙ୍ଗନଵାଡି କର୍ମଚାରୀ ମାନେ ଗଣଧାରଣାରେ ବସି ରହିଛନ୍ତି ।

ଆମର ଦାବୀ ଗୁଡିକ ମଧ୍ୟରେ ମୁଖ୍ୟ ଦାବୀ ଗୁଡିକ ହେଲା ଅଙ୍ଗନଵାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ନଚେତ ସର୍ବନିମ୍ନ ମାସିକ ବେତନ ୧୮ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା, ସୁପରଭାଇଜର ପଦବୀକୁ କେବଳ ଅଙ୍ଗନଵାଡି କର୍ମୀମାନଙ୍କୁ ପଦୋନ୍ନତି ଦେବା, ମିନିଅଙ୍ଗନଵାଡି କର୍ମୀଙ୍କୁ ଅଙ୍ଗନଵାଡି କର୍ମୀର ମାନ୍ୟତା ଦେବା, ନୂତନ ଖାଦ୍ୟ ତାଲିକାର ମୁଲ୍ୟ ବୃଦ୍ଧି କରିବା, ସହରାଞ୍ଚଳରେ  ଟିଏ/ଡିଏ ଲାଗୁ କରିବା ସହ ଘରଭଡା ପ୍ରତ୍ୟେକ ମାସରେ ପ୍ରଦାନ କରିବା , ଗ୍ରୀଷ୍ମ ଦୀନରେ ୧ମାସ ଗ୍ରୀଷ୍ମଛୁଟି ଦିଆଯିବା, ଅଙ୍ଗନଵାଡି କର୍ମୀ ଓ ସହାୟିକାମାନଙ୍କୁୁ ୬୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ ବୟସରେ କାର୍ଯ୍ୟ ରହିତ କରାଯିବ । ଅବସର ସମୟରେ ୨ଲକ୍ଷ ଟଙ୍କା ଗ୍ରାଚ୍ୟୁଟି ପ୍ରଦାନ କରିବା, ଅବସର କାଳୀନ ଭତ୍ତା ୩ ହଜାର ଟଙ୍କା ପ୍ରଦାନ କରାଯିବା ଓଡିଶାରେ ବୟନ ଶିଳ୍ପର ବିକାଶ ପାଇଁ ସମସ୍ତ ଅଙ୍ଗନଵାଡି ଓ ମିନି ଅଙ୍ଗନଵାଡି କର୍ମୀଙ୍କ ସମେତ ସହାୟିକା ମାନଙ୍କୁ ଓଡିଶା ନିର୍ମିତ ସମ୍ୱଲପୁରୀ ଶାଢୀ ପ୍ରଦାନ କରାଯାଉ । କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣା ଜନୀତ ମୃତ୍ୟୁ  ବରଣ କଲେ ୫ଲକ୍ଷ ଏବଂ ସାଧାରଣ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା ପ୍ରଭୃତି ଆହୁରି ଅନେକ ମୌଳିକ ଦାବୀ ଗୁଡିକ ରହିଛି କହିଥିଲେ ।

ଏହି ସବୁ ଦାବୀ ଗୁଡିକ ଉପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ଜିଲ୍ଲା ସଂଘ ପକ୍ଷରୁ ।

 

0
0
0
s2sdefault