ହେଡଲାଇନସ୍:

ଚାଲାଣବେଳେ ୬ ଗୋରୁ ଉଦ୍ଧାର, ଜଣେ ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଜଗାଙ୍ଗପୁର . କୁତ୍ରା.୦୪-୧୨-୨୫.ବେଆଇନ ଗୋଚାଲାଣବେଳେ କିରିଙ୍ଗସେରା ନିକଟରେ କୁତ୍ରା ପୁଲିସ ଏକ ଗୋରୁ ବୋଝେଇ ସ୍କୋର୍ପିଓ ଗାଡ଼ି(ଓଆର୍ ୧୪ଏମ୍ ୩୮୧୮)କୁ ଜବତ କରିଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଛି। ପୁଲିସକୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲାବେଳେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରାଥମିକ ତଦନ୍ତରୁ ଗୋରୁ ଗୁଡ଼ିକୁ ଖତକୁରବାହାଲ ନିଆଯାଉଥିବା ଜଣାପଡ଼ିଛି। ବର୍ଷ ବର୍ଷ ଧରି ଖତକୁରବାହାଲ ଗ୍ରାମର ଗୋ ବ୍ୟବସାୟୀମାନଙ୍କ ଦ୍ବାରା ବେଆଇନ ଭାବେ ଗୋ ଚାଲାଣ କରାଯାଉଥିବାବେଳେ ଏମାନଙ୍କ ଉପରେ ଗତ କିଛି ମାସ ହେଲା ପୁଲିସ ପକ୍ଷରୁ ଘନଘନ ଚଢ଼ାଉ ଜାରି ରହିଛି। କେତେବେଳେ ଗୋରୁପଲ ଉଦ୍ଧାର ହେଉଛନ୍ତି ତ କେତେବେଳେ ବନ୍ଧୁକ ଜବତ ହେଉଛି। ତଥାପି ଗୋରୁ ବ୍ୟବସାୟୀମାନେ ବେଧଡ଼କ ଗୋରୁ ବେପାର କରୁଥିବା ଦେଖିବାକୁ ମିଳୁଛି।

0
0
0
s2sdefault