ହେଡଲାଇନସ୍:

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାରଳାଖେମୁଣ୍ଡିର ବାର୍ଷିକ କ୍ରୀଡା ଉତ୍ସବ ୩ ଡିସେମ୍ବରରୁ ଆରମ୍ଭ ହୋଇ ୪ ଡିସେମ୍ବର ୨୦୨୫ରେ ଉତ୍ସାହ-ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଯାଇଛି।
ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ଛାତ୍ରୀମାନଙ୍କ କ୍ରୀଡାନୈପୁଣ୍ୟ , କ୍ରୀଡା କୌଶଳ ଓ ଶୃଙ୍ଖଳାବଦ୍ଧତା ଦର୍ଶକମାନଙ୍କ ମନକୁ ଆକୃଷ୍ଟ କରିଥିଲା।
ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ପାରଳାଖେମୁଣ୍ଡି ପୌରପାଳିକାର ଅଧ୍ୟକ୍ଷା , ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I ଯୁବ ସମ୍ଭାବନା , ଶାରୀରିକ କୌଶଳ ଓ କ୍ରୀଡାପ୍ରତି ପ୍ରତିବଦ୍ଧତାକୁ ଆପଣାଇ ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ବଞ୍ଚିବାକୁ ସେ ପରାମର୍ଶ ଦେଇଥିଲେ।
କ୍ରୀଡା ପରିଷଦ ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମହେନ୍ଦ୍ର ରଇତ ଉପସ୍ଥିତ ଛାତ୍ରୀ ମାନଙ୍କୁ କ୍ରୀଡା ମାନବଜୀବନର ଅବିଭାଜ୍ୟ ଅଂଶ। ଏହା ଶାରୀରିକ ସୁସ୍ଥତା ସହିତ ଚରିତ୍ର ଗଢ଼େ , ଶୃଙ୍ଖଳା ଶିଖାଏ ଓ ନେତୃତ୍ୱ ଗୁଣ ଉଦ୍ଭାସିତ କରେ ବୋଲି ବୁଝାଇଥିଲେ I
ବରିଷ୍ଠ କ୍ରୀଡା ପ୍ରଶିକ୍ଷକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା
ଉତ୍ସବର କ୍ରୀଡା ପରିଚାଳନା କରିଥିଲେ I କ୍ରୀଡ଼ା ଉତ୍ସବରେ ରନିଂ , ଜମ୍ପିଂ , ଥ୍ରୋଇଂ , ଲମ୍ବା ଡିଆଁ , ଉଚ୍ଚ ଡିଆଁ , କବାଡ଼ି , ଅଖା ଦୌଡ ଏବଂ ଅନ୍ୟାନ୍ୟ ରୋମାଞ୍ଚକ ପ୍ରତିଯୋଗିତାରେ ଛାତ୍ରୀମାନଙ୍କ ହ୍ରଦୟସ୍ପର୍ଶୀ ପ୍ରଦର୍ଶନ ଦେଖିବାକୁ ମିଳିଲା। ସର୍ବୋପରି ଛାତ୍ରୀମାନଙ୍କ ସାମୂହିକ ଉତ୍ସାହ ଓ ପରିଶ୍ରମ ପ୍ରଶଂସାନୀୟ ଥିଲା।
ଏଥିରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷର ଛାତ୍ରୀ ଅନିତା ନାୟକ ଏ ବର୍ଷର ଚାମ୍ପିଅନ। ତାଙ୍କର ଉତ୍କୃଷ୍ଟ ପାରଦର୍ଶିତା ଓ ମଲ୍ଟି-ଇଭେଣ୍ଟ ପ୍ରଦର୍ଶନକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି।
କ୍ରୀଡ଼ା ପରିଷଦର ଉପ-ସଭାପତି ଶ୍ରୀ ଟି. ତେଜା ରାଓ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମସ୍ତ ସହ-ସଭାପତି ଓ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀ ଏହି ଉତ୍ସବକୁ ସଫଳ କରିବାରେ ସମନ୍ୱୟ ରୂପେ ଯୋଗଦାନ କରିଥିଲେ।

0
0
0
s2sdefault