ବାରିପଦା(ଦିଲ୍ଲୀପ ମହାନ୍ତି) ଭାରତ ମୁଣ୍ଡା ସମାଜର ଏକ ପ୍ରତିନିଧର ଦଳ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱିକୃତୀ ଦାବୀ ସମ୍ବଳିତ ଏକ ସ୍ମରକ ପତ୍ର ପ୍ରଧାନମନ୍ତ୍ରୀ ଙ୍କ ଉଦେ୍ଧଶ୍ୟରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ଙ୍କୁ ପ୍ରଦାନ କରିଛନ୍ତି । ଭାରତ ମୁଣ୍ଡା ସମାଜର ଓଡିଶାର ସଭାପତି ରବିନ୍ଦ୍ର ନାଥ ସିଂ ଙ୍କ ନେତୃତ୍ୱରେ କେନ୍ଦ୍ରୀୟ ସାଧାରଣ ସଂପଦକ ନାଥ ସିଂ , ଓଡିଶା ପ୍ରଦେଶର ସାଧାରଣ ସଂପାଦକ ଗୋବର୍ଦ୍ଧନ ସିଂ , କୋଷାଧକ୍ଷ ବାଇର ସିଂ , ଉପଦେଷ୍ଟା ମନୋଜ କୁମର ମୁଣ୍ଡା , ସକ୍ରୀୟ ସଭ୍ୟ , ଚନ୍ଦ୍ରମୋହନ ସିଂ , ରେମେଶ୍ୱର ସିଂ , ଗୁରୁଚରଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ମୁଣ୍ଡାରୀ ଭାଷା ସାମ୍ବିଧାନିକ ସ୍ୱିକୃତୀ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶୃତି ଦେଇଥିଲେ । ମୁଣ୍ଡ ସମ୍ପ୍ରଦାୟ ଭିତରେ ଥିବା ତମୁଡିଆ ଭୂିମିଜକୁ ଏସଟି ତାଲିକାଭୂକ୍ତ କରିବାପାଇଁ ସରକାରଙ୍କ ପାଖରେ ବହୁ ପୂର୍ବରୁ କରାଯାଇଥିବା ଦାବୀ କୁ ତୁରନ୍ତ ସମାଧାନ ପାଇଁ ପ୍ରତିନିଧିମାନେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ରାଜ୍ୟ
ମୁଣ୍ଡରୀ ଭାଷାର ସମ୍ବିଧାନିକ ସ୍ୱୀକୃତୀ ନେଇ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ
- Hits: 413