ଓଡ଼ଗାଁରୁ ଚିହ୍ନଟ ହୋଇଥିଲା ରାଜ୍ୟର ପ୍ରଥମ ରୋଗୀ
ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ୟୁଥ ରେଡକ୍ରସ, ଜାତୀୟ ସେବା ଯୋଜନା, ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ସୋମବାର ପାଳିତ ହୋଇଯାଇଛି । ୟୁଥ ରେଡ କ୍ରସ ଜିଲ୍ଲା ସଂଯୋଜକ ନିରୋଜ ପ୍ରଧାନଙ୍କ ପୌରହିତ୍ୟରେ ଆଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ.ସୁକାନ୍ତ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ପ୍ରଦୀପ୍ତ କୁମାର ବିଶ୍ବାଳ, ବିଶିଷ୍ଟ ଅତିଥି ରୂପେ ଅଧ୍ୟାପିକା ଡ. ସଂଯୁକ୍ତା ଦାସ, ବିଜୟାଲକ୍ଷ୍ମୀ କହଁର ଯୋଗ ଦେଇଥିଲେ। ଓଡ଼ିଶାର ପ୍ରଥମ ଏଡସ୍ ରୋଗି ଓଡ଼ଗାଁରୁ ଚିହ୍ନଟ ହୋଇଥିଲେ ହେଁ ଏଡ଼ସ୍ ରୋଗର ଉତ୍ପତ୍ତି ଓ ଭୟାବହତା ସମ୍ପର୍କରେ ଆମେ ଯେତେ ଜାଣିଥିଲେ ମଧ୍ୟ କେବଳ ସଚେତନତା ସମସ୍ତଙ୍କୁ ଏହି ମାରାତ୍ମକ ବ୍ୟାଧିରୁ ରକ୍ଷା ମିଳିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ପରିଶେଷରେ ୟୁଥ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କୁ ପ୍ରସଂଶାପତ୍ର ବଣ୍ଟନ କରାଯାଇଥିଲା ।ସୌମ୍ୟଶ୍ରୀ ଓଁ ପ୍ରକାଶ, ଜିତେନ୍ଦ୍ର କୁମାର ସାହୁ, ସୁନୀଲ କୁମାର ପଲେଇ, ଦୁର୍ଗାନାରାୟଣ ସାହୁ ପରିଚାଳନାରେ ସହଯୋଗ କରିଥିଲେ।











