ହେଡଲାଇନସ୍:

ଓଡ଼ଗାଁ ଏନ୍ଏସି ଅଙ୍ଗନବାଡ଼ି କେନ୍ଦ୍ର- ୨ ଏବଂ ରଙ୍ଗଣୀପାଟଣା ଗ୍ରାମ କୋଠସାହିରେ କଳାକନା ବୁଲାଇଲା ଚୋର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ଦଲକ ୨ ଅଙ୍ଗନବାଡି କେନ୍ଦ୍ରରେ ରବିବାର ରାତିରେ କୌଣସି ଦୁବୃର୍ତ୍ତ ରୋଷେଇ ଘରର କବାଟ ଭାଙ୍ଗି ଭିତରେ ପସି ଗ୍ୟାସ୍ ଚୁଲା, ସିଲିଣ୍ଡର, ପ୍ରେସର କୁକର, ଡଙ୍କି ଇତ୍ୟାଦି ସମସ୍ତ ରୋଷେଇ ସାମଗ୍ରୀ ସହିତ ଅବ୍ୟବହୃତ ଏକ ଲୁହା କବାଟକୁ ଚୋରି କରି ନେଇଥିବା ନେଇ ଅଙ୍ଗନବାଡି କର୍ମୀ ସଳ୍ପିତା ଚୌଧୁରୀ ଅଭିଯୋଗ କରିଛନ୍ତି । ସୋମବାର ସକାଳେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ସମୟରେ ଚୋରି ହେଉଥିବା ସମ୍ପର୍କରେ ଜଣା ପଡ଼ିଥିଲା । ଘଟଣା ସମ୍ପର୍କରେ ଅଙ୍ଗନବାଡ଼ି ୱାର୍କର ପ୍ରଥମେ ଯାଞ୍ଚ କମିଟି ସଦସ୍ୟଙ୍କୁ ଜଣାଇବା ପରେ ସୁପରଭାଇଜର ଏବଂ ସିଡିପିଓଙ୍କୁ ମଧ୍ୟ ଅବଗତ କରାଇଥିଲେ । ଖବର ପାଇ ସୁପରଭାଇଜର ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଏବଂ ଏ ସମ୍ପର୍କରେ ଲିଖିତ ଭାବେ ସିଡ଼ିପିଓ ଓ ସୁପରଭାଇଜରଙ୍କୁ ଜଣାଥିବା ପରେ ପରାମର୍ଶ କ୍ରମେ ଅଙ୍ଗନବାଡି କର୍ମୀ ଓ ଯାଞ୍ଚ୍ କମିଟି ମିଳିତ ଭାବେ ଥାନାରେ ଅଭିଯୋଗ କରିଥିଲେ ।
ଅପରପକ୍ଷରେ ଅନ୍ୟ ଏକ ଘଟଣାରେ ରଙ୍ଗଣିପାଟଣା କୋଠ ସାହିର ଶ୍ୟାମଘନ ସାହୁଙ୍କ ପରିବାର ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ତାଲା ଭାଙ୍ଗି ଘର ମଧ୍ୟରେ ପସି ଝିଅ ବାହାଘର ପାଇଁ ସାଇତି ଥିବା ୩୫ ଗ୍ରାମ ସୁନା ଅଳଙ୍କାର ସହିତ କଂସା ପିତ୍ତଳ ବାସନ, ଲୁଗାପଟା ଏବଂ ୧୫ ହଜାର ଟଙ୍କା ଲୁଟି ନେଇ କଳାକନା ବୁଲେଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଶରଣକୁଳ ଓ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ଏବଂ ଚୋରକୁ ଗିରଫ କରିବା ପାଇଁ ତଦନ୍ତ ଚାଲୁ ରହିବ ବୋଲି ଅଧିକାରୀ ମାନେ କହିଛନ୍ତି।

0
0
0
s2sdefault