ହେଡଲାଇନସ୍:

ଓଡ଼ଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ ପ୍ରୀତିବାଳା ରଣାଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ନୂଆ ବିଡ଼ିଓ ଯୋଗଦାନର ସମ୍ଭାବନାକୁ ଏଡାଇ ସୋମବାର ବିଡିଓ ପ୍ରିତିବାଳା ରଣା ଓଡ଼ଗାଁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱରେ ଥିବା ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କ ସହିତ ବ୍ଳକର ସମସ୍ତ ଉପସ୍ଥିତ କର୍ମଚାରୀ ନୂଆ ବିଡିଓଙ୍କୁ ସ୍ବାଗତ ଜଣାଇଥିଲେ । ସୂଚନା ଥାଉକି ଓଡ଼ଗାଁରେ କାର୍ଯ୍ୟରତ ବିଡ଼ିଓଙ୍କ ଅନେକ ଦିନ ଧରି ପଦୋନ୍ନତି ହୋଇଥିବାରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା । ଅନ୍ୟ ପକ୍ଷରେ ଗଣିଆ ତହସିଲଦାର ଭାବେ ଦାୟିତ୍ଵ ତୁଲାଉଥିବା ପ୍ରିତିବାଳା ରଣାଙ୍କ ସ୍ଥାନରେ ଅନ୍ୟଜଣେ ତହସିଲଦାର ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କର ମୁଖ୍ୟାଳୟକୁ ସ୍ଥାନାନ୍ତର ହୋଇଥିଲା । ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରିତିବାଳା ରଣା ଓଡ଼ଗାଁ ବ୍ଳକର ବିଡିଓ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

0
0
0
s2sdefault