ହେଡଲାଇନସ୍:

ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଏନ୍‌.ଏସ୍‌.ଏସ ଓ ଯୁବ ରେଡ଼କ୍ରସ୍ ସଂସ୍ଥା ତରଫରୁୁ ବିଶ୍ଵ ଏଡସ୍ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ରେ ଏନ୍.ଏସ୍. ଏସ୍ କୋୟୁନିଟ୍ ଓଯୁବ ରେଡ଼କ୍ରସ୍ ସଂସ୍ଥାର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ୍‌ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏଡ଼ସ୍‌ ନିରକରଣ ସଂପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅଶୋକ କୁମାର ସ୍ଵାଇଁ,ଅଜୟକୁ ମାର ବିଶ୍ଵାଳ,ଅଶୋକ କୁମାର ପ୍ରଧାନ, ଲକ୍ଷ୍ମୀ ଗୌଡ଼, ବିଶ୍ଵରଂଜନ ସ୍ଵାଇଁ, ଯୋଗଦେଇଥିଲେ । ଯୁବରେଡ଼କ୍ରସ୍ କାଉନ୍ ସେଲ ର ଡ଼.ପ୍ରଫୁଲ କୁମାର ଜେନା ଓ ଏନ୍.ଏସ୍. ଏସ୍ ପ୍ରୋଗାମ ଅଫିସର ପିଙ୍କି ପାତ୍ର ମଧ୍ୟ ମଞ୍ଚାସୀନ ରହି କାର୍ଯ୍ୟକ୍ରମକୁ ତତ୍ତ୍ଵାବଧନ କରିଥିଲେ । ବହୁ ଛାତ୍ରଛାତ୍ରୀ ଯୋଗଦେଇ ରାଲି କରିବା ସହ ସଭା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଶେଷରେ ଯୁବରେଡ଼କ୍ରସ କାଉନସେଲ ର ଡ଼. ପ୍ରଫୁଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault