ହେଡଲାଇନସ୍:

ପାଇକମାଳ ହାଇସ୍କୁଲରେ ଜେଆରସି ପରାମର୍ଶ ଦାତା ଅଭିମୁଖି କାର୍ଯ୍ୟକ୍ରମ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜେଆରସି ପରାମର୍ଶ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ପାଇକମାଳ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା, ଜୁନିୟର ରେଡକ୍ରସ ହେମନ୍ତ କୁମାର ସାମଲ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ ରଖିଥିଲେ ଏବଂ ପ୍ରାଥମିକ ସହାୟତା ବିଷୟ ରେ ପରାମର୍ଶ ଦେଇଥିଲେ l ପ୍ରଶିକ୍ଷଣ ରେ ୨ ଜଣ ଆର.ପି. ମନୋଜ ସାହୁ, ଦ୍ୱାଦଶ କୁମାର ପଧାନ ଙ୍କ ସହିତ ପାଇକମାଳ,ଝାରବନ୍ଧ ଏବଂ ପଦମପୁର ୩ଟି ବ୍ଲକ କାଉନସିଲର ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ରେ ଯୋଗଦାନ କରିଥିଲେ l ସ୍କୁଲ ର ସୁଦାମ ପାଣ୍ଡେ,ଅମିତ ସାହୁ,ଲଳିତ କୁମାର ବିଶ୍ଵାଳ,ଶିବମ ନାୟକ,ଯଶୋବନ୍ତ ସାହା,ଛବିଳ ସେଠ୍,ଦୟାନିଧି ସାହୁ,ନିରୁପମା ସାହୁ,ମନୋଜ କୁମାର ସାହୁ,ସ୍ଵାଧୀନ ବେହେରା ସହଯୋଗ କରିଥିଲେ ଏବଂ ରଜତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault