ହେଡଲାଇନସ୍:

ବର୍ଣ୍ଣାଢ୍ୟ ପରିବେଶରେ ସ୍ପିରିଜା ଫେଷ୍ଟ ୨୦୨୫ ଅନୁଷ୍ଠିତ। କୁନି କୁନି ପ୍ରତିଭାମାନେ ମଞ୍ଚରେ ସୁନ୍ଦର ନୃତ୍ୟ ପରିବେଷଣ କଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧/୧୨- କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ସ୍ପିରିଜା ଏକାଡେମୀର ବାର୍ଷିକ ଉତ୍ସବ ୨୦୨୫ ସ୍ଥାନୀୟ କାଳୀ ପଡ଼ିଆ ଠାରେ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ପିରିଜାର ଏହି ୧୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡ଼ି ଧନରାଜ,ଅନ୍ୟତମ ଅତିଥି ଭାବେ କେନ୍ଦୁଝରଗଡ଼ ନଗରପାଳ ଶ୍ରୀମତୀ ନିକୁ ସାହୁ, ସମାଜସେବୀ ତଥା ଆଇଡ଼ିଏଲର ନିର୍ଦ୍ଦେଶିକା ସେବତୀ ସିଂ,ମାନସିକ ବିଶେଷଜ୍ଞ ଡା. ଏସ.କେ ମାଝୀ ଏବଂ ହୋଟେଲ 'ଦ ସାନ୍ସ'ର ନିର୍ଦ୍ଦେଶକ ୱାସୀମ ନାୟର ଉପସ୍ଥିତ ଥିଲେ। ସ୍ପିରିଜାର ନିର୍ଦ୍ଦେଶିକା ପ୍ରଗତିକା ମହାନ୍ତି ଏବଂ ସହ-ନିର୍ଦ୍ଦେଶକ ଆର୍ଯ୍ୟନ ରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସ୍ପିରିଜା ଡ୍ୟାନ୍ସ ଏକାଡେମୀ ଦୀର୍ଘ ୧୧ ବର୍ଷ ଧରି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର ଲକ୍ଷ୍ୟ ପଥରେ ପହଞ୍ଚି ପାରିଛି। ଏହି ଅନୁଷ୍ଠାନରୁ ଅନେକ କଳାକାର ଯାଇ ରାଜ୍ୟ ତଥା ଅନ୍ତର୍ଜାତିକ ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ସ୍ପିରିଜା ଅନୁଷ୍ଠାନର ଟେକ ରଖିଛନ୍ତି ବୋଲି ସ୍ପିରିଜା ନିର୍ଦ୍ଦେଶିକା ପ୍ରଗତିକା ମହାନ୍ତି ପ୍ରକାଶ କରିଛନ୍ତି। ପ୍ରବଳ ଥଣ୍ଡା ସତ୍ତ୍ୱେ ଦଶବତାର, ଜୟ ମା' ତାରିଣୀ ନାଟକ, ମହୁଲ ଝରେ ସମ୍ବଲପୁରୀ, ଜୟ ଶିବ ଶଙ୍କର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଉପସ୍ଥିତ ଜନତା ମନ ଭରି ଉପଭୋଗ କରିଥିଲେ। ଆରଜେ ମଳୟଙ୍କ ସୁନ୍ଦର ମଞ୍ଚ ଉପସ୍ଥାପନା ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସ୍ପିରିଜା ସାମ୍ବାଦିକ ଦିଲ୍ଲୀପ କୁମାର ସାହୁ, ବ୍ରଜ କିଶୋର ରାୟ, ବିଜୟ କୁମାର ମିଶ୍ର, ସତ୍ୟଜିତ ମିଶ୍ର ଏବଂ ଦେବବ୍ରତ ପାଢ଼ୀଙ୍କୁ ସମ୍ମାନିତ କରିଥିଲାବେଳେ ସୋସିଆଲ ମିଡ଼ିଆ ପାଇଁ ଅଂଶୁମାନ ତ୍ରିପାଠୀ ଏବଂ ବନ୍ଧନ କରଙ୍କୁ ମଧ୍ୟ ସମ୍ମାନିତ କରିଥିଲା। ଭାରତ ସରକାରଙ୍କର ସଂସ୍କୃତି ବିଭାଗ ଏହି କାର୍ଯ୍ୟକ୍ରମକୁ ସହଭାଗିତା କରିଥିଲା। ସ୍ପିରିଜାର ପ୍ରଚ୍ଛଦପଟ୍ଟର ନାୟକ ଉପଦେଷ୍ଟା ମଣ୍ଡଳୀ ଚିତ୍ତରଞ୍ଜନ ବେହେରା, ଶୁଭେନ୍ଦୁ ଚକ୍ର, ଅମରେନ୍ଦ୍ର ସାହୁ ଏବଂ ବଳଭଦ୍ର ପାଢ଼ୀ ଅନେକ ପରିଶ୍ରମ କରି ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଅତି ସୁନ୍ଦର କାର୍ଯ୍ୟକ୍ରମ ପାଇଁ କେନ୍ଦୁଝରର କଳା ଏବଂ ସଂସ୍କୃତି ପ୍ରେମୀ ସ୍ପିରିଜା ଡ୍ୟାନ୍ସ ଏକାଡେମୀକୁ ଭୂୟସୀ ପ୍ରଶଂସା କରିଛନ୍ତି।

0
0
0
s2sdefault