ହେଡଲାଇନସ୍:

ଦଣ୍ଡନାଚ କଳାକାରଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କେଉଟ ସାହି ବାସୀନ୍ଦା ତଥା ବରିଷ୍ଠ ଦଣ୍ଡ ନାଚ କଳାକାର ମୁସଲ ଗୌଡ଼ଙ୍କର ୯୦ ବର୍ଷ ବୟସରେ ଆଜି ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ପରଲୋକ ଘଟିଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ସନ୍ତୋଷ,ପ୍ରକାଶ,ଦୁଇ ଝିଅ ସଞ୍ଜୁକ୍ତା ଏବଂ ସାଇବାଣୀ,ନାତି ନାତୁଣିଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ମୁସଲ ବେଲଗୁଣ୍ଠା ଦଣ୍ଡନାଚର ଜଣେ ଦକ୍ଷ କଳାକାର ଥିଲେ I ସେ ଦଣ୍ଡନାଚରେ ଗୌଡ଼, ଗଉଡ଼ୁଣୀ, ମୂଲିଆ, ମୂଲିଆଣୀ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଉଥିଲେ I ଏହା ସହିତ ସ୍ଵର୍ଗତ ଗୌଡ଼ ଜଣେ ପରୋପକାରୀ ଏବଂ ଧର୍ମ ପରାୟଣ ବ୍ୟକ୍ତି ଭାବେ ବେଲଗୁଣ୍ଠା ଅଞ୍ଚଳରେ ପରିଚିତ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ,ଦଣ୍ଡକାଳୀ କମିଟି ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ମୁସଲଙ୍କର ଅନ୍ତିମ ଦର୍ଶନ କରିଥିଲେ I ବେଲଗୁଣ୍ଠା ବ୍ଲକ ଦଣ୍ଡନାଚ କମିଟି ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ମୁସୁଲ ଙ୍କ ମୃତୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର କୁ ସମବେଦନା ଜଣାଇଛନ୍ତି l

0
0
0
s2sdefault