ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ା ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା,ଜାତୀୟ ସେବା ଯୋଜନା ଅଧିକାରୀ ଭବାନୀ ଶଙ୍କର ରା,ବରିଷ୍ଠ ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରାଜନୀତି ବିଜ୍ଞାନର ଅଧ୍ୟାପକ ମନୋଜ କଅଁର ା ସମସ୍ତ ମଞ୍ଚାସୀନ ବ୍ୟକ୍ତି ବିଶେଷ ସମ୍ବିଧାନ ଦିବସର ମହତ୍ତ୍ବ ତଥା ଏହି ଦିବସ ପାଳନର ପୃଷ୍ଠଭୂମି ଆଲୋଚନା କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ା ଛାତ୍ର ଶୁଭ୍ରାଂଶୁ ଗୌଡ,ଛାତ୍ରୀ ରାଜଲକ୍ଷ୍ମୀ ନାୟକ,ବର୍ଷାରାଣୀ ସ୍ବାଇଁ,ତପସ୍ବିନୀ ଦାସ ପ୍ରମୁଖ ଏହି ଅବସରରେ ସମ୍ବିଧାନ ଦିବସ ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମରେ ଅଧ୍ୟାପକ ସୌମେନ୍ଦୁ ପଣ୍ଡା,ପ୍ରଦୀପ ଦିଗାଲ,ଆଶୁତୋଷ ପ୍ରଧାନ,ଅର୍କଧ୍ବଜ ପଣ୍ଡା, ମନୋଜ ମିଶ୍ର ଅନୁଷ୍ଠାନର ବୈଷୟିକ ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଅଧ୍ୟାପକ ପି.ଦିପକ ରାଓ, ପ୍ରତିପାଦିକା ସ୍ବରୂପାରାଣୀ ବିଶ୍ବାଳ, ଅଧ୍ୟାପିକା ଜୟଶ୍ରୀ ସେଠୀ,କିରନ କଅଁର,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ା କାର୍ଯ୍ୟକ୍ରମ ଶେଷରେ ଜୀବ ବିଜ୍ଞାନର ବରିଷ୍ଠ ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ପ୍ରଦାନ କରିଥଲେ ା











