ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା ରୁ ୬ ଜଣ ପାଇଲେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୭.୧୧.୨୦୨୫/ସୁମନ୍ତକୁମାରଦାସ: 2023, 2024 ଓ 2025 ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ତରଫରୁ ସମ୍ମାନ ଜନକ ଏକାଡେମୀ ପୁରସ୍କାର ଉତ୍ସବ ଗତ କାଲି ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l
ଜଗତସିଂହପୁର ଜିଲ୍ଲା ର 6 ଜଣ ସୁଯୋଗ୍ୟ କଳାକାର ଙ୍କୁ ଏକାଡେମୀ ସମ୍ମାନ ପ୍ରଦାନ କରା ଯାଇଛି l
ସଂଗୀତ ନିର୍ଦ୍ଦେଶକ ଓମ ପ୍ରକାଶ ମହାନ୍ତି ଓ ସଂଗୀତ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା ଙ୍କୁ ଯଥା କ୍ରମେ 2023 ଓ 2025 ପାଇଁ, ସୁଗମ ସଂଗୀତ 2024 ପାଇଁ ବିଷ୍ଣୁ ଚରଣ ନାୟକ, ହିନ୍ଦୁସ୍ତାନୀ କଣ୍ଠ ସଂଗୀତ 2024 ପାଇଁ ଗୁରୁ କରୁଣାକର ନାୟକ,ଘୋଡାନାଚ 2025 ପାଇଁ ହେମନ୍ତ ରାଉତ ଓ ପାଇକ ଆଖଡ଼ା 2025 ପାଇଁ ଗୋଲେଖ ଜୟସିଂ ଙ୍କୁ ଏକାଡେମୀ ସମ୍ମାନ ରେ ସମ୍ମାନିତ କରା ଯାଇଛି ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛିl

0
0
0
s2sdefault