ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବଡ଼ପଣ୍ଡୁସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବଡ଼ପଣ୍ଡୁସର ଗ୍ରାମର ଦିଲ୍ଲୀପ କୁମାର ଡାକୁଆ । ଦିଲ୍ଲୀପ ଜଣେ ବ୍ୟବସାୟୀ । ସେ ନିଜ ଦୋକାନ ଖୋଲି, ଇଟାମାଟି ଅଭିମୂଖେ ବାଇକ ଯୋଗେ ଜିନିଷ କିଣିବାକୁ ବାହାରିବା ସମୟରେ ଏକ ମାଲବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଛନ୍ତି । ଇଟାମାଟି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଜ୍ୟ
ଦୁର୍ଘଟଣାରେ ଜଣେ ମୃତ
- Hits: 8











