ହେଡଲାଇନସ୍:

ପ୍ରଶାସନିକ ନିର୍ଦେଶକୁ ବେଖାତିର, ସରକାରୀ ଜମିରେ ମଦ ଦୋକାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ବିଷ୍ଣୁ ଭୌମିକ: ଜିଲାପାଳଙ୍କ ଆଦେଶକୁ ଖାତିର କରୁନାହାନ୍ତି ମଦ ବେପାରୀ । ସରକାରୀ ଜମିରେ ମଦ ଦୋକାନ ହୋଇପାରିବ ନାହିଁ । ତେଣୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲାପାଳ ଆଦେଶ ଦେଲା ପରେ ମଧ୍ୟ ରାଉରକେଲା ଛକ ପାଖ ୨ ନମ୍ବର ମଦ ଦୋକାନ ଧାର୍ଯ୍ୟ ସମୟ ମଧ୍ୟରେ ଦୋକାନ ସ୍ଥାନାନ୍ତର ନ କରି ସେହି ସ୍ଥାନରେ ଦୋକାନ ଖୋଲି ମଦ ବିକୁଛି। ମଦ ଦୋକାନ ସ୍ଥାନାନ୍ତର କରାଯିବା ପାଇଁ କଟକ ଅବକାରୀ କମିଶନରଙ୍କ ଅନୁମୋଦନ ପରେ ଜିଲାପାଳ ଗତ ୧୦ ତାରିଖରେ ସୁନ୍ଦରଗଡ଼ ସହରର ଦୁଇଟି ଯାକ ମଦ ଦୋକାନକୁ ୭ ଦିନ ମଧ୍ୟରେ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଥିଲେ । ୩ ନମ୍ବର ମଦ ଦୋକାନ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସ୍ଥାନାନ୍ତର ହେଲା କିନ୍ତୁ ୨ ନମ୍‌ର ଦୋକାନ ଆଜି ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇନାହିଁ । ସବୁ ନୀତି ନିୟମ, ଆଦେଶକୁ ବେଖାତିର କରି ସରକାରୀ ଜମିରେ ମଦ ଦୋକାନ ପୂର୍ବବତ ଚାଲିଛି। ଜିଲାପାଳ ମଧ୍ଯ ତାଙ୍କ ଆଦେଶ କାର୍ଯ୍ୟକାରୀ ହେଲା କି ନାହିଁ ଦେଖୁନାହାନ୍ତି।

ଅବକାରୀ ବିଭାଗ ରାଜ୍ୟର ସବୁ ବିଦେଶୀ ଓ ଦେଶୀ ମଦ ଦୋକାନର ଜମି ବିବରଣୀ ମାଗିବା ପରେ ଜି ଲା ପ୍ରଶାସନ ପୌରପାଳିକାର ଦୋକାନ ଘରେ ଦୁଇଟି ଯାକ ମଦ ଦୋକାନ ଚାଲୁଛି ବୋଲି ରିପୋର୍ଟ ଦେଇଥିଲା। ଏହା ପରେ ସେହି ଦୋକାନ ଜମି ବିବରଣୀ ମାଗିବାରୁ ତହସିଲଦାର ଦୋକାନ ଥିବା ଜ ମି ପୌରପାଳିକାକୁହସ୍ତାନ୍ତର କରାଯାଇ ନାହିଁ ବୋ ଲି ରିପୋର୍ଟ ଦେଇଥିଲା। ଏହା ପରେ ସରକାରୀ ଜ ମିରୁ ମଦ ଦୋକାନ ହଟାଇବାକୁ ଅବକାରୀ କ ମି ଶ ନର ଆଦେଶ ଦେଇଥିଲେ।

ସେହି ଅନୁସାରେ ଜିଲା ଅବକାରୀ ବିଭାଗ ପ୍ରକ୍ରିୟା ଆରମ୍ଭ କ ରି ଥିଲା । ଲୋକଙ୍କ ବିରୋଧ ଯୋଗୁଁ ପ୍ରଥମ ପ୍ରୟାସରେ ଦୋକାନ ସ୍ଥାନାନ୍ତର । ହୋଇପା ରିନଥିଲା । ତେଣୁ ପରେ ଆଉ ଥରେ ପ୍ରକ୍ରିୟା ଆରମ୍ଭ କରି ଜିଲାପାଳ ଗତ ୧୦ ତାରିଖ ଆଦେ ଶ ଦେଇଥିଲେ କି ୭ ଦିନ ମଧ୍ୟରେ ଦୋକାନ ସ୍ଥାନାନ୍ତର କରାଯାଉ। ସେହି ଅନୁସାରେ ମଦ ଦୋକାନ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇଯି ବା କଥା । କିନ୍ତୁ ତାକୁ ସ୍ଥାନାନ୍ତର ନକରି ସେହି ପୁରୁଣା ସ୍ଥାନରେ ମଦ ଦୋକାନ ଚାଲୁଛି।

୨୦୨୧ ମସିହାରେ ସମଗ୍ର ରାଜ୍ୟରେ ମଦ ଦୋକାନ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇଥିଲା । ରାଉରକେଲା ଛକର ୨ ନମ୍ବର ଦୋକାନ ଛତିଶଗଡ଼ ବିଲାସପୁର ଟିକ୍ରାପଡ଼ା ଅଞ୍ଚଳର ମଦ ବ୍ୟବସାୟୀ ବିକାଶ ଯାଦବ ଏହି ଦୋକାନ ପାଇଥିଲେ। କିନ୍ତୁ ଏହି ଦୋକାନରେ ନକଲି ମଦ ବିକ୍ରି, ଭଲ ଓ ଓ ଦାମୀ ବ୍ରାଣ୍ଡ ନ ରଖିବା, କର୍ମଚାରୀମାନେ ଗ୍ରାହକଙ୍କୁ ଦୁବ୍ୟବହାର କରିବା ଅଭିଯୋଗ ହୋଇଆସୁଛି । ଅନେକ ଥର ଗ୍ରାହକଙ୍କ ସହ ଦୋକାନ କର୍ମଚାରୀ ମାଡ଼ପିଟ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ନିରୀହ ଗ୍ରାହକ ଦେଖ୍ ସର୍ବ ନିମ୍ନ ବିକ୍ରୟ ଦରଠାରୁ ୧୦ ଟଙ୍କା ଅଧିକ ଦରରେ ମଦ ବିକିବା ଆଦି ଅଭିଯୋଗ ହୋଇଆସୁଛି । ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କୁ ପଚାରିବାରୁ ସେ କ‌ହିଛନ୍ତି ଯେ ଦୋକାନ ସ୍ଥାନାନ୍ତର କରିବା ପାଇଁ ଦୋକାନୀ ଦୁଇ ଦିନ ତଳେ ଆହୁରି ଦୁଇ ମାସ ସମୟ ମାଗିଛନ୍ତି । ଦୋକାନୀଙ୍କ ଦରଖାସ୍ତ ଜିଲାପାଳଙ୍କ ପାଖରେ ଦାଖଲ କରାଯାଇଛି। ଜିଲାପାଳ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ।

0
0
0
s2sdefault