ହେଡଲାଇନସ୍:

ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସଡକ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଏକ ସଚେତନତା ରଥ ଓ ଶୁଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସକାଳ ୯.୩୦ ମିନିଟ ସମୟରେ ୪୦୦ରୁ ଉର୍ଦ୍ଧ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ, ସ୍ଵଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ତିନିମୁହାଣୀ ଜିଓ ପେଟ୍ରୋଲ ପମ୍ପଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୁଭଯାତ୍ରାରେ ବାହାରି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରକୁ କିପରି ଶୂନ କରାଯାଇପାରିବ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ସ୍ଲୋଗାନ ଦେଇଥିଲେ । “ପ୍ରତିଟି ଜୀବନ ମୂଲ୍ୟବାନ, ସଭିଏଁ ହେବା ଯତ୍ନବାନ”- ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ସହିତ ସଡ଼କ ସୁରକ୍ଷା ନିୟମ ମାନିବ, ଗାଡି ଚଳାଇବା ସମୟରେ ହେଲମେଟ ପରିଧାନ କରିବା, ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ନିଶା ସେବନ କରି ଗାଡି ନ ଚଳାଇବା ଆଦି ନିୟମଗୁଡିକୁ ମାନିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ୪ ଜଣ ଗୁଡ଼ ସମରାଟିଆନ ସନ୍ୟାସୀ ରାଉତ, ସମୀର କୁମାର ପ୍ରଧାନ, ବିନୋଦ ବେହେରା ଓ ସୁଶାନ୍ତ ତରାଇଙ୍କୁ ୨୦୦୦ ଟଙ୍କାର ଚେକ, ହେଲମେଟ ଓ ପୁଷ୍ପଗୁଛ ପ୍ରଦାନ କରି ସଂମ୍ମାନିତ କରିଥିଲେ । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଡ଼କ ନିୟମକୁ କଡାକଡି ଭାବେ ପାଳନ କରିବା ସହ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିବା ପାଇଁ ନିବେଦନ କରିଥିଲେ । "ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ"- ଜିଲ୍ଲାପାଳଙ୍କ ଯେଉଁ ଆହ୍ୱାନ ଆଜିର ଦିନରେ ଥିଲା ତାକୁ ପ୍ରତ୍ୟେକ ପେଟ୍ରୋଲ ପମ୍ପମାନେ ଅନୁସରଣ କଲେ ଆମେ ସମସ୍ତେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ । ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଓ ପେଟ୍ରୋଲ ପମ୍ପଠାରେ ଅଟକାଇ ଜୀବନ ହେଉଛି ମୂଲ୍ୟବାନ- ଏଥି ପ୍ରତି ଦୃଷ୍ଟି ଦେବା, ହେଲମେଟ ପରିଧାନ କରିବା ପାଇଁ ପରାମର୍ଶ ଦେବା ସହ ଗୋଲାପ ଫୁଲ ଦେଇ ସମସ୍ତଙ୍କୁ ଏଥି ପାଇଁ ସଚେତନ କରାଯାଇଥିଲା । ଶୁଭାଯାତ୍ରାରେ ଯମ ଓ ଚିତ୍ରଗୁପ୍ତ ଭୂମିକାରେ ଦୁଇ କଳାକାରଙ୍କ ସଚେତନତା ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଉକ୍ତ ଶୁଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଆଇ.ଆଇ.ସି ଦିଲ୍ଲୀପ କୁମାର ସାହୁ, ସଦର ଥାନା ଆଇ.ଆଇ.ସି ଶୁଭେନ୍ଦୁ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault