ହେଡଲାଇନସ୍:

ବେଲଗୁଣ୍ଠା ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଶନିବାର ସକାଳ ସାତ ଘଣ୍ଟା ସମୟରେ ଏକ ସୁସଜ୍ଜିତ ରଥରେ ସ୍ଵାମୀଙ୍କ ନଗର ପରିକ୍ରମା କରାଯାଇଥିବା ବେଳେ ଦଶ ଘଣ୍ଟା ସମୟରେ ସମୂହ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା I ସେହିପରି ରବିବାର ସକାଳେ ଓଁକାର,ସୁପ୍ରଭାତମ୍,ନଗର ସଂକୀର୍ତ୍ତନ, ପ୍ରଶାନ୍ତି ପତାକା ଉତ୍ତୋଳନ, ଷୋଡ଼ଶ ପୂଜା ଏବଂ ହୋମ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ଣରେ ପ୍ରଶାନ୍ତି ପତାକା ଅବତରଣ କରାଯାଇଥିଲା I ସନ୍ଧ୍ୟା ସମୟରେ ୧୦୦ ଦୀପ ପ୍ରଜ୍ଜ୍ଵଳନ, ଓଁକାର ବେଦମ୍,ଭଜନ,ସତ୍ ସଙ୍ଗ, ଝୁଲା ଭଜନ,ମଙ୍ଗଳ ଆରତୀ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ପାଢୀ,ମଧୁସୂଦନ ମହାପାତ୍ର ,ରବି ନାରାୟଣ ପାତ୍ର,ଅମର ନାଥ ପାତ୍ର,ଦୀନେଶ ପାତ୍ର,ସୁନୀଲ ପାତ୍ର,ଗୌରୀ ଶଙ୍କର ପତି,ନାରାୟଣ ବାଡତ୍ୟା ପ୍ରମୁଖ ସହଯୋଗ କରିଥିଲେ I

0
0
0
s2sdefault