ହେଡଲାଇନସ୍:

ଜମି ମାଫିଆ ନନ୍ଦ ଗୌଡ଼ ନାମରେ ପୁଣି ଏକ ମାମଲା,ଜାଲ୍ ଦସ୍ତଖତରେ ୩ କୋଟି ଟଙ୍କାର ଜମି ହଡପ ଅଭିଯୋଗ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଞ୍ଚଳର କୁଖ୍ୟାତ ଜମି ମାଫିଆ ନନ୍ଦ କିଶୋର ଗୌଡ଼ ଏକ ଜମି ଜାଲିଆତି ମାମଲାରେ ଏବେ ଜେଲରେ ଥିବା ବେଳେ ଆଜି ଆଉ ଏକ ଅଭିଯୋଗ ପ୍ରକାରେ ଆଉ ଗୋଟିଏ ମାମଲା ରୁଜ୍ଜୁ କରିଛି ବେଲଗୁଣ୍ଠା ପୋଲିସ । ମିଳିଥିବା ଖବର ଅନୁସାରେ, ବ୍ରହ୍ମପୁରରେ ରହୁଥିବା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମର ମୂଳ ବାସିନ୍ଦା ମନୋଜ କୁମାର ମିଶ୍ରଙ୍କ ଅଭିଯୋଗ ପ୍ରକାରେ, ପାଟରାପଲ୍ଲୀ ଗ୍ରାମରେ ନନ୍ଦ କିଶୋର ଗୌଡ଼ ଓ ତାର ସହଯୋଗୀ ମାନେ ମନୋଜଙ୍କ ପିତା ସୁବାଷ ଚନ୍ଦ୍ର ମିଶ୍ର (୮୭) ଓ ତାଙ୍କ ମା ସାଇବାଣୀ (ସୁଦଷ୍ଣା) ମିଶ୍ରଙ୍କ ଜାଲ୍ ଦସ୍ତଖତରେ ତିନି କୋଟି ଟଙ୍କା ମୁଲ୍ୟର ଜମିକୁ ହଡ଼ପ କରିଛନ୍ତି ।ବେଲଗୁଣ୍ଠା ମୌଜାରେ ଅବସ୍ଥିତ ବେଙ୍ଗେଇ ବନ୍ଧ ସାମ୍ନାରେ ଥିବା ମୁଲ୍ୟବାନ ଜମି ଓ ବାଣତୁମ୍ବ ମୌଜାର ରେଡ୍ ହଟ୍ ହୋଟେଲ ସାମ୍ନାରେ ଥିବା ଜମି ଯାହା ସମୁଦାୟ ଦଶ ଭରଣ ଓ ଆଠ ନଉତି, ଯାହାର ମୁଲ୍ୟ ପାଖାପାଖି ଚିନି କୋଟି ଟଙ୍କା ହେବ, ନନ୍ଦ ଓ ତାର ସହଯୋଗୀ ମାନେ ଅଭିଯୋଗକାରୀ ମନୋଜଙ୍କ ଭଉଣୀ ଶୈଳବାଳା ରଥଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ମିଶି ମନୋଜ ଙ୍କ ପିତା ସୁବାଷ ଓ ମାତା ସୁଦଷ୍ଣାଙ୍କ ଦୁଇଟି ଦଲିଲ୍ ରେ ଜାଲ୍ ଦସ୍ତଖତ କରାଇଥିଲେ ।ଏହି ଠକେଇରେ ଶୈଳବାଳା ମଧ୍ୟ ସାମିଲ ଥିଲେ ।ଏହା ବଦଳରେ ଗୋଟିଏ ମିଛ ଏଗ୍ରିମେଣ୍ଟରେ ଦଶ ଲକ୍ଷ ଟଙ୍କା ସୁବାଷଙ୍କୁ ପ୍ରଦାନ କରିବା ଭଳି ଦର୍ଶାଇଥିଲେ ମଧ୍ୟ ଗୋଟିଏ ଟଙ୍କା ମଧ୍ୟ ଦେଇ ନଥିବା ମନୋଜ ଅଭିଯୋଗ କରିଛନ୍ତି ।ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ସୁବାସ ଚନ୍ଦ୍ର ଓ ତାଙ୍କ ପତ୍ନୀ ଏ ସବୁ ଠକେଇ ସମ୍ପର୍କରେ ଜାଣି ପାରିନଥିଲେ ।ଏ ପରି କି, ତହସିଲ ଅଫିସରେ ଦଲିଲ୍ ଦେଖାଇ ନନ୍ଦ ଗୌଡ଼ ସମସ୍ତ ଜମି ତହସିଲ ଅଫିସର କିରାଣୀ ରଞ୍ଜନ ପାଣିଙ୍କ ଜରିଆରେ ନିଜ ନାମରେ ପଟ୍ଟା (୨୬୬/୧୦୫୫)ମଧ୍ୟ କରିଦେଇଥିବା ମନୋଜ ଅଭିଯୋଗ କରିଛନ୍ତି ।ଏ ସବୁ ଜାଣିବା ପରେ ମନୋଜ ତୁରନ୍ତ ନନ୍ଦ କିଶୋର ଗୌଡ଼ ନାମରେ ବେଲଗୁଣ୍ଠା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ୫୬୨/୨୫ ରେ ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ପୁର୍ବରୁ ଏକ ଜମି ଠକେଇରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା ନେଇ ଏକ ମାମଲାରେ ନନ୍ଦ ଜେଲ୍ ରେ ଅଛି ।ନନ୍ଦକିଶୋର ଗୌଡ଼ର ଏହି କଳା କାରନାମାରେ କେବଳ ନନ୍ଦ,ତାର ସହଯୋଗୀ ନା ଆଉ କେହି ବଡବଡିଆ ସାମିଲ ଅଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ହେଉଛି ।

0
0
0
s2sdefault