ରାଉରକେଲା /ବୁର୍ଲା, (ବସନ୍ତ କୁମାର ଜେନା): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ଛେଣ୍ଡ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରାଉରକେଲା ସହର ସ୍ଥିତ ବିପିୟୁଟ୍, ଛେଣ୍ଡ, କଳିଙ୍ଗ ବିହାର, ପାନପୋଷ, ପ୍ରଧାନପାଲି ଆଦି ଅଞ୍ଚଳ ଓ ଏହାର ଆଖାପାଖ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ୍ ତା. ୨୫.୧୧.୨୦୨୫ ରିଖ (ମଙ୍ଗଳବାର) ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।
ସେହିପରି ଓପିଟିସିଏଲ୍ ପକ୍ଷରୁ ୧୩୨/୩୩ କେ.ଭି. ରାଉରକେଲା ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରାଉରକେଲା ସହର ସ୍ଥିତ ବାଲୁଘାଟ୍, ବାଙ୍କି, ବିର୍ସାମୁଣ୍ଡା, ହନୁମାନ ବାଟିକା, ଜଲଦା, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ରାମଯୋଡ଼ି
ଆଦି ଅଞ୍ଚଳ ଓ ଏହାର ଆଖାପାଖ ଅଞ୍ଚଳରେ ଆସନ୍ତା ତା. ୨୬.୧୧.୨୦୨୫ ରିଖ (ବୁଧବାର) ଦିନ ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ୍ କତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।











