ହେଡଲାଇନସ୍:

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ତୀର୍ଥରେ ଜିଲ୍ଲାରୁ ଗଲେ ୧୦୮ ବରିଷ୍ଠ ନାଗରିକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ତୀର୍ଥଯାତ୍ରାରେ ବାହାରିଲେ କେନ୍ଦ୍ରାପଡ଼ାର ୧୦୮ ତୀର୍ଥଯାତ୍ରୀ | ଆସନ୍ତା କାଲି ଭୁବନେଶ୍ୱରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିବେ | ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭଵନରେ ସମସ୍ତଙ୍କ ପଞ୍ଜିକରଣ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅପରାହ୍ନରେ ୪ ଟା ବେଳେ ୩ ଟି ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି | ମାନ୍ୟବର ବିଧାୟକ କେନ୍ଦ୍ରାପଡ଼ା ଗଣେଶ୍ୱର ବେହେରା, ମାନ୍ୟବର ବିଧାୟକ ମହାକାଳପଡ଼ା ଦୁର୍ଗା ପ୍ରସନ ନାୟକ, ଜିଲ୍ଲପାଳ ରଘୁରାମ ଆର ଆୟର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ରହି ଯାତ୍ରାର ଶୁଭାରମ୍ଭ କରିଥିଲେ | ସୂଚନା ଯେ,ରାଜନଗର ଜଣେ ରାଜକନିକା ୮ ଜଣ, ଗରଦପୁର ୩ ଜଣ, ଡେରାବିଶ ୧୯ ଜଣ, ମହାକାଳପଡ଼ା ୧୩ ଜଣ, ମାର୍ଶାଘାଇ ୧୬ ଜଣ, ପଟ୍ଟାମୁଣ୍ଡାଇ ୨ ଜଣ, କେନ୍ଦ୍ରାପଡ଼ା ବ୍ଲକରୁ ୩୯ ଜଣ ଏବଂ ଦୁଇ ମୁନିସିପାଲିଟି ଅଞ୍ଚଳରୁ ୪ ଜଣଙ୍କ ସମେତ ୪ ଜଣ ଏସ୍କୋର୍ଟ ଅଫିସର ଯାତ୍ରା କରିଛନ୍ତି |

0
0
0
s2sdefault