କାକଟପୁର -୨୪/୧୧(ପ୍ରକାଶ ଦାଶ ) ଦୀର୍ଘ ୨୪ ବର୍ଷ ବିଜେଡି ଶାସନ ସମୟରେ ଦଳ ପକ୍ଷରୁ କାକଟପୁର ନିର୍ବାଚନ ମଣ୍ଡଳୀକୁ ଅବହେଳା କରାଯାଇଥିଲା। କିନ୍ତୁ ଲୋକଙ୍କ ବିଜେପି ସରକାର, ରାଜ୍ୟର ପ୍ରଥମ ଉପମୁଖ୍ୟ ମନ୍ତ୍ରୀ ତଥା ପର୍ଯ୍ୟଟନ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ୟମରେ କାକଟପୁର ନିର୍ବାଚନ ମଣ୍ଡଳୀର କୁହୁଡି ଲବଣ ସତ୍ୟାଗ୍ରହ ପୀଠର ଉନ୍ନତି କରଣ ପାଇଁ ୫କୋଟି ଟଙ୍କା ଅନୁମୋଦନରେ,୨କୋଟି ମଞ୍ଜୁର ହୋଇଛି।ଗୋପ ବ୍ଳକ ତରକୋର ପଞ୍ଚାୟତର ବାଲି କପିଳେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୧କୋଟି ଟଙ୍କା, କାକଟପୁର ସମେଶ୍ଵର ମନ୍ଦିର ପାଇଁ ୧କୋଟି ୪୦ଲକ୍ଷ, ମା'ମଙ୍ଗଳାଙ୍କ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ୧୨୦ କୋଟି କୋଣାର୍କ ଲାଇଟ୍ ଓ ସାଉଁଣ୍ଡ ପାଇଁ ୬କୋଟି୨୦ ଲକ୍ଷ ଟଙ୍କା,ଅସ୍ତରଙ୍ଗ ଗଙ୍ଗା ଦେବୀ ମୁହାଣର ଉନ୍ନତି କରଣ, କୋଣାର୍କକୁ ରେଳପଥରେ ସଂଯୋଗୀ କରଣ,ଓ ସାଗର ମାଳା ପ୍ରକଳ୍ପରେ ନିର୍ବାଚନ ମଣ୍ଡଳୀର ଉନ୍ନତି କରଣ ପାଇଁ ଚେଷ୍ଟିତ ଥିବାରୁ କାକଟପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପକ୍ଷରୁ ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ,ଓ ସାଂସଦଙ୍କ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ପ୍ରତିନିଧି ରାକେଶ ବିଶ୍ଵାଳ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ରାଜ୍ୟ
ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ୍ ଜଣାଇଲେ ବ୍ଲକ ଅଧ୍ୟକ୍ଷ ଓ ସାଂସଦଙ୍କ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ପ୍ରତିନିଧି
- Hits: 39











