ହେଡଲାଇନସ୍:

ଓପିଜିସି ତରଫରୁ ପଣ୍ଡରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଇବ ଥର୍ମାଲ, ୨୧/୧୧/୨୦୨୫ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ପଣ୍ଡରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡରୀ ସରପଞ୍ଚ ସୁଭାଷିନୀ ସାହୁ ସ୍ୱାସ୍ଥ୍ୟ ଶିବିର ଉଦଘାଟନ କରିଥିଲେ । ଏହି ଶିବିରରେ ଇବ ଥର୍ମାଲ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ପଣ୍ଡା, ଡାକ୍ତର କିଶୋର କୁମାର ମିଶ୍ର ଙ୍କ ସମେତ ସମ୍ବଲପୁର ରୁ ଆମନ୍ତ୍ରିତ ଶିଶୁରୋଗ ବିଶେଷଜ୍ଞ ଡ଼ା ମଦନ ମୋହନ ତ୍ରିପାଠୀ ଓ ଭେଷଜ ବିଶେଷଜ୍ଞ ଡ଼ା ଦୀପକ ପାଣିଗ୍ରାହୀ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ | ଏହି ଶିବିର ସକାଳ ୧୦. ୩୦ଟା ରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ପଣ୍ଡରୀ, ପେଚIକଟା, ଗାଦିକଣ୍ଟା, ବେଙ୍କମୁରା ବଲଣ୍ଡI, ଗିଦ୍ଧI ଏବଂ ଅଇଁଲାଝରନ ଇତ୍ୟାଦି ଗ୍ରାମର ୨୩୪ ରୋଗୀଙ୍କୁ ରକ୍ତଚାପ, ମଧୁମେୟ, ରକ୍ତହୀନତା, ଶାରୀରିକ ଦୁର୍ବଳତା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶ୍ଵାସନଳି ସଂକ୍ରମଣ, ଚର୍ମରୋଗ, ଚକ୍ଷୁ ସଂକ୍ରମଣ, ଗ୍ୟାସ୍ଟ୍ରିକ, ପେଟବ୍ୟଥା, ରୋଗର ପରୀକ୍ଷା କରାଯାଇ ଔଷଧ ଓ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା। ଓପିଜିସିର ସିଏସଆର ବିଭାଗ ଏବଂ ଇବ ଥର୍ମାଲ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ସିଏସଆର ବିଭାଗର ହିମାଂଶୁ ଭୂଷଣ ବେହେରା, ରାଜେନ୍ଦ୍ର ସା, ତାପସ ପଣ୍ଡା, ପ୍ରମୁଖ ଉପସ୍ଥିତ ରହିଥିଲେ । ଇବ ଥର୍ମାଲ ଚିକିତ୍ସାଳୟର ପ୍ରଭାତ ବାରିକ, ରିତା ଜେମ୍ସ , ସବିତା ନାୟକ, ସନ୍ଧ୍ୟାରାଣୀ କିସାନ, ପ୍ରଭାତ କୁମାର ବିଶ୍ୱାଳ, ଅଭିମନ୍ୟୁ ଭୋଇ, ଦିଲ୍ଲୀପ ଦୀପ, ସ୍ନେହାଶିଷ ବେହେରା, କୁଞ୍ଜବିହାରୀ ବେହରା, ପ୍ରଫୁଲ୍ଲ ପ୍ରଧାନ ଏବଂ କର୍ଣ ବାଗ ଇତ୍ୟାଦି ସ୍ଵାସ୍ଥ୍ୟ ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

0
0
0
s2sdefault