ନିୟନ୍ତ୍ରଣ ହରାଇ ପୋଖରୀ ମଧ୍ୟକୁ ଖସିଲା କାର, ପୋଖରୀରେ ପସି ଯିବାରୁ ଚାଳକର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗିରିଡିପଲ୍ଲୀ ପଞ୍ଚାୟତ ଡହଙ୍ଗୀରୁ ଗୋଟିଏ କାର ପାଣ୍ଡେରୀପଡା ଦେଇ ଓଡ଼ଗାଁ ଅଭିମୁଖେ ଆସୁଥିବା ବେଳେ ଡହଙ୍ଗୀ ନିକଟ ଏକ ମୋଡରେ ନିୟନ୍ତ୍ରଣ ହରାଇ କାରଟି ସିଧା ଚାଲିଥିବାରୁ ରାସ୍ତା କଡ଼ରେ ଥିବା ୨ ଫୁଟ ଗୋଲେଇର ଏକ ଗଛ ଛିଡି ଯାଇଥିଲା । ଫଳରେ କାରଟି ଯାଇ ଏକ ବାମ୍ଫି(ଛୋଟ ପୋଖରୀ) ମଧ୍ୟରେ ଓଲଟି ପଡିଥିଲା । କାରର ଚକା ପାଖ ଉପରକୁ ଥିବା ବେଳେ ଅନ୍ୟ ପାର୍ଶ୍ବ ପାଣିରେ ବୁଡି ରହିଥିଲା । ଗାଡ଼ିରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଅନ୍ୟଜଣେ ପୁରୁଷ ନିଜେ ଚେଷ୍ଟା କରି ବାହାରି ଯାଇଥିଲେ । କିନ୍ତୁ ଚାଳକ ବାହାରି ପାରି ନଥିଲା । ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଡହଙ୍ଗୀ ଏବଂ ମଦନପୁର ଗ୍ରାମବାସୀ ସେଠାରେ ପହଞ୍ଚି ଥିଲେ । ପରେ ମୃତ ଚାଳକ ଓଡ଼ଗାଁର ବାଳକୃଷ୍ଣ ସାହୁ (୪୨)କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାକୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ । ସୂଚନା ଥାଉକି ନଭେମ୍ବର ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସୂନ ମୃତାହତ ପକ୍ଷ ପାଳନ ହେଉଥିବା ବେଳେ ଏଭଳି ଦୃଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

0
0
0
s2sdefault