ହେଡଲାଇନସ୍:

ସରିଲା ମନଛୁଆଁ ଜ଼ିଲ୍ଲା ମହୋତ୍ସବ ଯଯାତି : କୃତଜ୍ଞତା ଜଣାଇଲେ ଆୟୋଜକ କମିଟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଯାଜପୁର/Jayshankar dash :ସଂସ୍ଥା ଯାଜପୁର ଜିଲ୍ଲା  ମହୋତ୍ସବ ମଙ୍ଗଳବାର ସଂଧ୍ୟାରେ ଊଜ୍ଜାପିତ ହୋଇଯାଇଚ୍ଥି । ବଲିଉଡ ବିଶିଷ୍ଟ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ, ମାଧୁରୀ ଦେ,  ଅଭିନେତ୍ରୀ ଅର୍ଚ୍ଚିତା ପ୍ରଭୃତିଙ୍କ ସଂଗୀତ ଓ ନୃତ୍ୟ ମଧ୍ୟରେ  ସମାପ୍ତ ହୋଇଥିଲା ମହୋତ୍ସବର  ଶେଷ ସଂଧ୍ୟା ।  ହଜାର ହଜାର ଦର୍ଶକ ଏହାକୁ ମନଭରି ଊପଭୋଗ କରିଥିଲେ ।  ଚଳିତ ବର୍ଷ ଜିଲ୍ଲା ମହୋତ୍ସବ  “ଯଯାତି” କୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବାକୁ ପ୍ରଶାସନ ଯେଊଁ ଊଦ୍ୟମ କରିଥିଲା ତାହା ବେଶ୍ ସଫଳ  ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ  । ମହୋତ୍ସବର  ମାସ୍କଟ ଭାବେ ପ୍ରଶାସନର ପୋଷ୍ୟ କନ୍ୟା ଧରିତ୍ରୀକୁ ସ୍ଥାନୀତ କରି କନ୍ୟା ସନ୍ତାନ ଅଲୋଡା ନୁହେଁ, ସେ ଦେଶର ରତ୍ନ ଭଳି ବୋଲି ସନ୍ଦେଶ ଦିଆଯାଇଥିଲା ।  ସେହିପରି ଅପପୃଷ୍ଟି ଓ ଶିଶୁ ମୃତ୍ୟୁ  ପାଇଁ ଚର୍ଚ୍ଚିତ ନଗଡା ଅଂଚଳ, ବିଶେଷ କରି ଯେଊଁ ତଳ ନଗଡା ଦେଢ ବର୍ଷ ତଳେ ସର୍ବାଧିକ ଚର୍ଚ୍ଚିତ  ଥିଲା,  ସେହି ଅଂଚଳରୁ ଏକ ସାଂସ୍କୃତିକ ଦଳ ଆସି “ଯଯାତି” ର ବିରାଟ ମଞ୍ଚରେ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ସମସ୍ତଙ୍କୁ ବିସ୍ମିତ, ଚକିତ ଓ ବାକ୍ଶୂନ୍ୟ କରିଦେଇଥିଲା ।  ସେହିପରି ଏକ ଅଭିନବ ପଦକ୍ଷେପ ସ୍ୱରୂପ ସାଇକେଲ ମାଧ୍ୟମରେ ଜିଲ୍ଲା  ପ୍ରଶାସନ ଲୋକଙ୍କ ସମସ୍ୟା ବୁଝିବା ଓ ତାହାର ସମାଧାନ ପାଇଁ  ଊଦ୍ୟମ କରିବାର ପ୍ରୟାସ ନେଇ ଆରମ୍ଭ ହୋଇଥିବା ଜିଲ୍ଳା୍ପାଳଙ୍କ ପଦକ୍ଷେପ ଊଚ୍ଚ ପ୍ରଶଂସନୀୟ ହୋଇଥିଲା ।   କୃଷି ଓ କୃଷକ ସମ୍ମିଳନୀ, ମହିଳା ସଶକ୍ତିକରଣ, ରାଜ୍ୟ ସ୍ତରୀୟ କବିତା ପାଠୋସôବ, ରାଜ୍ୟ ସ୍ତରୀୟ ସାହିତ୍ୟ ଆଲୋଚନା ଚକ୍ର ଇତ୍ୟାଦି ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା ।  ଊଦ୍ଘାଟନ ଦିବସରେ ମା’ ବିରଜାଙ୍କ ପୂଜାର୍ଚ୍ଚନା, ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିବା ବେଳେ ପ୍ରଥମ ଦିନ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯୁବ ବର୍ଗଙ୍କ ଦକ୍ଷତା ଓ ପ୍ରତିଭା ପରିପ୍ରକାଶର ଏକ ଅଭିନବ ମଞ୍ଚ କର୍ଟନ ରେଜର ନାମରେ ପ୍ରଦର୍ଶିତ ହୋଇଥିଲା ।  ଶିଶୁ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରୁ ବାଦ କରିବାକୁ ଚାହିଁ ନ ଥିଲା ମହୋତ୍ସବ  କମିଟି ।  ୧୪ ତାରିଖ ଶିଶୁ ଦିବସ ଅବସରରେ ପ୍ରାୟ ୫ ହଜାର ଶିଶୁଙ୍କୁ ପୂର୍ବାହ୍ନରେ ସାଂସ୍କୃତିକ ମଞ୍ଚରେ ସାମିଲ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନକୁ ସ୍ୱୀକୃତି ଦେଇଥିଲା ।  ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ୱର୍ଦ୍ଧନା, ପୈାର ପ୍ରଶାସନର ସମସ୍ତ କାଉନସଲର  ମାନଙ୍କୁ ସମ୍ୱର୍ଦ୍ଧନା, ଶ୍ରେଷ୍ଠ  ଦର୍ଶକ ଭାବେ ମହୀତସବର  ପ୍ରତ୍ୟେକ ସଂଧ୍ୟାରେ ଆସି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ରହି ଊପଯୋଗ କରୁଥିବା ଦିବ୍ୟାଙ୍ଗ ବାଣପୁର ଅଂଚଳର ମିଲନ ଦାସଙ୍କୁ ମଧ୍ୟ ମହୋତ୍ସବ  କମିଟି ସମ୍ୱର୍ଦ୍ଧିତ କରିଥିଲା ।  ସର୍ବୋପରି ଅତ୍ୟନ୍ତ ଶୃଙ୍ଖଳିତ  ଓ ଆକର୍ଷଣୀୟ ଭାବେ ଚଳିତ ମହୋତ୍ସବ ଶେଷ ହୋଇଥିବାରୁ ଜିଲ୍ଲାପାଳ  ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ରଂଜନ କୁମାର ଦାସ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ପୈାରପାଳ ଭବ ପ୍ରସାଦ ଦାସ ଦାୟ୍ୱିତ୍ୱରେ ଥିବା ସମସ୍ତ ଅଧିକାରୀ, କର୍ମଚାରୀ, ଦର୍ଶକ,  ଅତିଥି, ଯଯାତି ସମ୍ମାନ ପ୍ରାପ୍ତ ବ୍ୟକ୍ତି, ସମସ୍ତ ଗଣମାଧ୍ୟମ, ପଲ୍ଲିଶ୍ରୀ ମେଳାରେ ଯୋଗ ଦେଇଥିବା ସ୍ୱୟଂ ସହାୟକ  ଗୋଷ୍ଠୀ , ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ୱାଗତ ସଂଗୀତ ପରିବେଷଣ ସମସ୍ତ ଦଳ, ରାଜ୍ୟ ସ୍ତରୀୟ କବିତା, ବ୍ୟଙ୍ଗ କବିତା ଓ ଆଲୋଚନା ଚକ୍ରର ଅତିଥି ଓ ଦର୍ଶକ, କୃଷି ଓ କୃଷକ ଆଲୋଚନା ଚକ୍ର, କର୍ଟନ ରେଜରର ଯୁବବର୍ଗ, ନାରୀ ସଶକ୍ତିକରଣ ଆଲୋଚନା ଚକ୍ରର ଅତିଥି, ଆଇନ ଶୃଙ୍ଖଳା  ରକ୍ଷାରେ ନିୟୋଜିତ  ଆରକ୍ଷୀ ବିଭାଗ, ସୁନ୍ଦର ଭାବେ କାର୍ଯ୍ୟ ପରିଚାଳନା, ପଡିଆ ପରିଷ୍କାର ପରିଚ୍ଚ୍ଥନ୍ନତା ପାଇଁ ଯାଜପୁର ପୈାର ପ୍ରଶାସନର ସମସ୍ତ ସଦସ୍ୟ ଓ କର୍ମଚାରୀ, ସପେଂଇ କର୍ମଚାରୀ,  ସମସ୍ତ ବିଭାଗ, ଯେଊଁମାନେ ମହୋସôବର ସପଂଳତା ପାଇଁ କାର୍ଯ୍ୟ କରିଚ୍ଥନ୍ତି, ମହୋସôବର ବିଭିନ୍ନ ସବ୍ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନେ ସର୍ବୋପରି ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ ।  ସମସ୍ତ ଦର୍ଶକ ମାନଙ୍କୁ mahotsavର ସପଂଳତା ପାଇଁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏହିଭଳି ସହଯୋଗ ଜାରି ରଖିବାକୁ ଅନୁରୋଧ କରିଚ୍ଥନ୍ତି ।   

0
0
0
s2sdefault