ହେଡଲାଇନସ୍:

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡ: ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା ପ୍ରତିଯୋଗିତାର ଶିଶୁ ମାନଙ୍କ ସ୍ବପ୍ନ ଓ ଭବିଷ୍ୟତ ବିଷୟ ଵସ୍ତୁ ଉପରେ ଛାତ୍ର ଛାତ୍ରୀ ମାନେ ଆଲୋକପାତ କରିଥିଲେ । ଶିଶୁ ଦିବସ ପାଳନର ଉଦେଶ୍ୟ ଅତି ମହାନ l ପଣ୍ଡିତ ଜବାହର ଲାଲ ନେହୁରୁ ଶିଶୁ ମାନଙ୍କୁ ନେଇ ମହାନ କଳ୍ପନା କରିଥିଲେ l ଶିଶୁ ବତ୍ସଳ ନେହେରୁଙ୍କ ଠାରେ ଶିଶୁ ପ୍ରେମ ନୈସର୍ଗିକ ଓ ସହଜାତ ଥିଲା l ସେ ଜାଣିଥିଲେ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ନାଗରିକ ଓ ନିୟାମକ l ଆଜି ଯେ ଶିଶୁ ବାସ୍ତବରେ ସେ ଜଣେ ଉତ୍ତମ ନାଗରିକ ଓ କର୍ଣ୍ଣଧାର l ଦେଶର ସାମଗ୍ରିକ ବିକାଶ ଶିଶୁ ମାନଙ୍କର ଉପରେ ନିର୍ଭରଶୀଳ ଓ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ଜାତିର ମୂଖ୍ୟ କର୍ତ୍ତବ୍ୟ l ସେମାନଙ୍କର ଉତ୍ତମ ଚରିତ୍ର ଗଠନ, ସତ୍ୟବଦିତା, ନମ୍ରତା, ସାଧୁତା, ସମୟାନୁବର୍ତ୍ତିତା ପାଇଁ ଦୃଷ୍ଟି ଦେବା ଉଚିତ l ସୁସ୍ଥ ନୈତିକ ସମାଜ ଗଠନ ପାଇଁ ସମାଜକୁ ସଜାଡ଼ିବା ଉଚିତ l ଶିଶୁ ମାନଙ୍କ ଉଦାର ଚିନ୍ତାଧାରା, ନିର୍ମଳ ମନ ଓ ଉତ୍ତମ ସ୍ୱାସ୍ଥ୍ୟ ବିକାଶ ଘଟାଇବା ପାଇଁ ଶିଶୁ ଦିବସ ପାଳନ କରାଯାଏ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ l ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଡ୍ରିମ ଇଣ୍ଡିଆ ପବ୍ଲିକ ସ୍କୁଲ ପୃଥକ ପୃଥକ ଭାବେ କରାଯାଇଥିବା ଏହି ବକୃତା ପ୍ରତିଯୋଗିତାରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ଜସେବ କରକରିଆ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଞ୍ଚମ ଶ୍ରେଣୀ ଛାତ୍ରୀ କିଶୋରୀ ନାଏକ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ର ଯୋଗେଶ କାମବାଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିଭଳି ଡ୍ରିମ ଇଣ୍ଡିଆ ପବ୍ଲିକ ସ୍କୁଲର କନିଷ୍ଠ ବର୍ଗରେ ଆହ୍ୱାନ ଜେନା ପ୍ରଥମ ଅନ୍ୱେଷ ମହାରଣା ଦ୍ଵିତୀୟ ଅର୍ଣ୍ଣବ ସେନାପତି ଓ ଜାଗଭି ପାଣିଗ୍ରାହୀ ମିଳିତ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ବରିଷ୍ଠ ବିଭାଗରେ ଜି. ସ୍ବର୍ଣ୍ଣପ୍ରଭା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱତୀୟ ସ୍ଥାନରେ ମିଳିତ ଭାବେ ଶ୍ରୀ କୁମାର ଓ ସନ୍ଦୀପ କୁମାର ହେମ୍ବ୍ରମ ଏବଂ ସାକ୍ଷୀ କୁମାରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଉକ୍ତ ପତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିଥିବା ବେଳେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିକୁ ଟ୍ରଷ୍ଟ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା, ସଭ୍ୟ ସନ୍ୟାସୀ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଓ ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault