ରାୟଗଡ ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଶନିବାର ଜିସିଡ଼ି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ କୋରାପୁଟ ଲୋକସଭା ସାଂସଦ ଓ ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଜଗନ୍ନାଥ ମେହେର, ସମସ୍ତ ବ୍ଳକ ଶିକ୍ଷାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଛାୟା ସଂସଦରେ ଶପଥପାଠ, ବିଲ ଓ ବଜେଟ ଉପସ୍ଥାପନ, ଶୁନ୍ୟ କାଳରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ସଭିଏଁ ପ୍ରଶଂସା କରିଥିଲେ । ସଂସଦରେ ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ ନିମନ୍ତେ ଅନେକ ପ୍ରଶ୍ନ ଉତ୍ଥାପନ କରିବା ସହ ବିକାଶ ପାଇଁ ସର୍ବଦା ପ୍ରୟାସ କରି ଆସୁଥିବା ପ୍ରକାଶ କରିଥିଲେ । ରାଜ୍ୟ ସ୍ତରରେ ଅନେକ ସୁନାମ ଅର୍ଜନ ନିମନ୍ତେ ଉତ୍ସାହିତ କରିଥିଲେ । ଏଥିରେ ଏଗାର ବ୍ଳକର ଅଷିଏ ଜଣ ଶିଶୁ ଏଥିରେ ଅଂଶଗ୍ରହଣ କରିଥିଲେ











