ଝାରସୁଗୁଡ଼ା ତା ୦୧/୧୧- ଅକ୍ଟୋବର ୨୭ରୁ ନଭେମ୍ବର ୨ପର୍ଯ୍ୟନ୍ତ ପାଳିତ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏହି ଅବସରରେ ଶୋଭାଯାତ୍ରା,ସଭା ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, କିଶୋର ଚନ୍ଦ୍ର ସ୍ୱାଇଁ ଓ ଭିଜିଲାନ୍ସ ଡି ଏସ୍ ପି କଳାବତୀ ବାଗ ପ୍ରମୁଖଙ୍କ ଉପସ୍ଥିତିରେ ବେହେରାମାଲ କିସାନ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ନାଗରିକ , ସ୍ବେଛାସେବୀ ଅନୁଷ୍ଠାନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ମୁଖ୍ୟ ଅତିଥି , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେମ୍ସ ସମାଦ ଓ ମଧୁସିକ୍ତା ମିଶ୍ର ସମ୍ମାନିତ ଅତିଥି ଭାବେ ତଥା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ପ୍ରାଧ୍ୟାପିକା ଡ.ସ୍ବର୍ଣ୍ଣମୟୀ ପୁରୋହିତ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଚଳିତ ବର୍ଷର ବିଷୟବସ୍ତୁ " ଦୁର୍ନୀତି ନିବାରଣ : ଆମ ସାମୂହିକ ଦାୟିତ୍ୱ : ଶୀର୍ଷକ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନିଜ ନିଜର ମତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଦୁର୍ନୀତି ହ୍ରାସ ପାଇଁ ସଚେତନତାର ଆବଶ୍ୟକତା ଜରୁରୀ ବୋଲି ଉଲ୍ଲେଖ କରିଥିଲେ। ସମାଜରୁ ଦୁର୍ନୀତି ହଟାଇବା ଦିଗରେ ଯୁବ ଓ ଛାତ୍ର ସମାଜର ଭୂମିକା ଉପରେ ଆଲୋକପାତ ପୂର୍ବକ ପରିବାରର ଶିକ୍ଷା ଓ ସଂସ୍କାର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେମ୍ସ ସମାଦ ଓ ମଧୁସିକ୍ତା ମିଶ୍ର ଚିନ୍ତନ ଶୈଳୀରେ ପରିବର୍ତ୍ତନ , ଶୃଙ୍ଖଳା , ଦୁର୍ନୀତି ଅଭ୍ୟାସରୁ ଦୂରେଇ ରହିବା ତଥା ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦ୍ୱାରା ଦୁର୍ନୀତିର ମୂଳତ୍ପାଟନ ଓ ଦୁର୍ନୀତି ହଟିଲେ ଦେଶର ପ୍ରଗତି ସମ୍ଭବ ବୋଲି ମତ ଦେଇଥିଲେ। ଅତିଥିଗଣ ଦେଶର ଏକତା ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବା ସହ କାର୍ଯ୍ୟ ରେ ସାଧୁତା ଓ ସ୍ଵଛତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଭିଜିଲାନ୍ସ ଡିଏସପି ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ଅବସରରେ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା ଓ ଦୁର୍ନୀତିମୁକ୍ତ ଦେଶ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବକ୍ତୃତା ଓ କାର୍ଟୁନ ତଥା କ୍ୟାପସନ (cartoon - cum - caption ) ପ୍ରତିଯୋଗିତାର କୃତୀ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ।
- Hits: 11











