ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାତ୍ୟା "ମୋନ୍ଥା ଯୋଗୁଁ ଗଜପତି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ସମେତ ସମସ୍ତ ଜଳପ୍ରପାତ ଅଞ୍ଚଳକୁ ପର୍ଯ୍ୟଟକ ମାନଙ୍କୁ ଯିବା ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରଣ କରା ହୋଇଥିଲା।
କିନ୍ତୁ ବର୍ତ୍ତମାନ ବାତ୍ୟା କମି ଦୁର୍ବଳ ହୋଇ ଯାଇଥିବା ଏବଂ ଏହି ବାତ୍ୟାର ଆଉ କୌଣସି ପ୍ରଭାବ ନ ଥିବା ଯୋଗୁଁ ଆଜି ତା:-(୧-୧୧-୨୦୨୫) ରିଖ ଠାରୁ ଜିଲ୍ଲା ପର୍ଯ୍ୟଟକ ମାନଙ୍କୁ ପର୍ଯ୍ୟଟନ କ୍ଷେତ୍ର ଓ ବିଭିନ୍ନ ଜଳପ୍ରପାତ ଅଞ୍ଚଳକୁ ଯିବାପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନେବା ସହ ସବୁଜ ସଙ୍କେତ ଦିଆଯାଇଛି ।
ପାହାଡିଆ ଘନ୍ ଜଙ୍ଗଲ ମଧ୍ୟରେ ଏହି ପର୍ଯ୍ୟଟନ କ୍ଷେତ୍ର ଗୁଡ଼ାକ ରହିଥିବା ଯୋଗୁଁ ପର୍ଯ୍ୟଟକ ମାନେ ଏଠାକୁ ବିଭିନ୍ନ ସମୟରେ ବହୁ ସଂଖ୍ୟାରେ ଆସି ବଣଭୋଜି କରିବା ସହ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରି ତାର ମଜା ନେଇଥାନ୍ତି । କିନ୍ତୁ ବାତ୍ୟା ଓ ଅତ୍ୟଧିକ ବର୍ଷା ସମୟରେ ସେ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ାକୁ ପର୍ଯ୍ୟଟକ ମାନେ ଯିବା ଆଦୌ ସୁରକ୍ଷିତ କି ନିରାପଦ ନୁହେଁ । ବାତ୍ୟା ଓ ବର୍ଷା ସମୟରେ ଏ ସବୁ ଅଞ୍ଚଳରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ଏବଂ ପାହାଡ଼ ଭୂସ୍ଖଳନ ହେବା ଅତି ସାଧାରଣ ବିଷୟ ହୋଇ ପଡ଼ିଲାଣି । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଗୁଡାକୁ ପର୍ଯ୍ୟଟକ ମାନଙ୍କୁ ଯିବାପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରଣ କରା ହୋଇଥିଲା।
ତା ସହିତ ସମସ୍ତ ପର୍ଯ୍ୟଟନ କ୍ଷେତ୍ର ଠାରେ ପର୍ଯ୍ୟଟକ ମାନେ ଯେଭଳି ନ ଯିବେ ସେଥିପାଇଁ ସେଠାରେ ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ମୃତୟନ ରହିଥିଲେ ।
ତେବେ ବର୍ତ୍ତମାନ ସ୍ଥିତିରେ ସେହି ବାତ୍ୟା "ମୋନ୍ଥା"ର ଆଉ କୌଣସି ପ୍ରଭାବ ନାହିଁ । ପରିସ୍ଥିତ ସ୍ଵାଭାବିକ ହୋଇଥିବା ଦୃଷ୍ଟିରୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଏଣିକି ଯିବାପାଇଁ ସବୁଜ ସଙ୍କେତ ଦେଇ ରାସ୍ତା ଖୋଲି ଦେଇଥିବା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପ୍ରେସ ସୂଚନା ଦେଇ ଜଣାଇଛନ୍ତି ।
ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ବିଡ଼ିଓ ମାନଙ୍କୁ ଜଣାଇ ଦିଆଯାଇଛି , ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ।
ରାଜ୍ୟ
ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମହେନ୍ଦ୍ରଗିରି ସମେତ ସମସ୍ତ ଜଳପ୍ରପାତକୁ ଯିବା ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ସବୁଜ ସଙ୍କେତ
- Hits: 15











