ହେଡଲାଇନସ୍:

ମହିଳାଙ୍କୁ ଦୁଷ୍କର୍ମ କରି ଜେଲ୍ ଗଲା ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ,୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଶରଧାପୁର ପଞ୍ଚାୟତ ମଦନଗାଡ଼ିଆ ଗାଁର ଜଣେ ଯୁବକ ସେହି ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଯୁବକ ଜଣକ ମଦନଗାଡ଼ିଆ ଗାଁର ଭୁବୁନୀ ଓରଫ୍ ରାକେଶ ସ୍ବାଇଁ (୨୩)।ଅନ୍ୟ ପକ୍ଷରେ ଦୁଷ୍କର୍ମର ଶିକାର ହୋଇଥିବା ୫୫ ବର୍ଷିୟ ମହିଳା ପୀଡ଼ିତା ବର୍ତ୍ତମାନ ସୁଦ୍ଧା ନୟାଗଡ଼ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଅକ୍ଟୋବର ୩୧ତାରିଖ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ଭୁବୁନୀ ଓରଫ୍ ରାକେଶ ସ୍ବାଇଁ ଗାଁ ଛକରେ ବସରୁ ଓହ୍ଲାଇ ପିଡିତା ମହିଳା ଜଣକ ଗୋଟିଏ ଦୋକାନ ନିକଟରେ ବସିଥିବାର ଦେଖିଲା । ତାଙ୍କୁ ଡାକିବାରୁ ମାନସିକ ଅନଗ୍ରସର ମହିଳା ଜଣକ ରାକେଶ ସାଙ୍ଗରେ ବାହାରିଗଲେ। ରାକେଶ ରୂପାକୁ ଏକ ନିକାଞ୍ଚନ ସ୍ଥାନକୁ ନେଇ ଜୋର ଜବରଦସ୍ତ ରେଫ୍ କଲା।ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ରାକେଶ କାମସାରି ସେଠାରୁ ଚାଲିଯାଇଥିଲା। ପରେ ସେଠାର ଲୋକେ ରାକେଶକୁ ଧରିଲେ। ଖବରପାଇ ଓଡ଼ଗାଁ ପୋଲିସ୍ ଗାଁରେ ପହଞ୍ଚିବା ବେଳେ ପୋଲିସ ପହଞ୍ଚିଲେ ବୋଲି ରାକେଶକୁ ଛାଡ଼ିଦେଲେ।ପୀଡ଼ିତାଙ୍କ ପୁଅ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୩୩୭/୨୫ରେ ଦୁଷ୍କର୍ମ ମାମଲା ରୁଜୁ କରି ଆଇଆଇସି ଅଭୟ ବେହେରା ତଦନ୍ତ ଆରମ୍ଭ କରିଥିଲେ। ଶନିବାର ଓଡ଼ଗାଁ ପୋଲିସ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

0
0
0
s2sdefault