ହେଡଲାଇନସ୍:

ଧର୍ମ ପରାୟଣ ମହିଳାଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମନ୍ଦିର ରୋଡ଼ରେ ରହୁଥିବା ଜଣେ ଧର୍ମପ୍ରାଣ ମହିଳାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ମନ୍ଦିର ରୋଡ଼ ପ୍ରସନ୍ନ ଭଟ୍ଟଙ୍କ ସ୍ତ୍ରୀ ମାଧବୀ ଭଟ୍ଟ (୫୫) ଆଜକୁ ଦୁଇ ତିନିଦିନ ଧରି ଅସୁସ୍ଥ ଥିଲେ । ଓଡ଼ଗାଁ ଡାକ୍ତରଖାନାରେ ଥିବା ଡ଼ାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ । ଶନିବାର ସନ୍ଧ୍ୟାରେ ପୁଣିଥରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ବାମୀ, ପୁତ୍ର ଏବଂ ପୁତ୍ର ବଧୁ ଉପସ୍ଥିତ ଥିଲେ । ସ୍ବର୍ଗତ ମାଧବୀ ଭଟ୍ଟ ଓଡ଼ଗାଁରେ ଅନୁଷ୍ଠିତ ହୋଇଥିବା ଆଧ୍ୟାତ୍ମିକ ଅନୁଷ୍ଠାନ ମାନଙ୍କରେ ଯୋଗଦେଇ ଆବଶ୍ୟକ ସେବା ପ୍ରଦାନ କରୁଥିଲେ। ବିଶେଷ କରି ଓଡ଼ଗାଁ ଶ୍ରୀସତ୍ୟସାୟୀ ସେବାକେନ୍ଦ୍ରର ଜଣେ ସଦସ୍ୟା ଭାବେ ତାଙ୍କର ସମସ୍ତ ସମୟ ଉତ୍ସର୍ଗ କରିଥିଲେ । ତାଙ୍କର ମୃତ୍ୟୁରେ ସତ୍ୟସାୟୀ ସେବା ସଙ୍ଗଠନର ସମସ୍ତ ଭାଇ ଓ ଭଉଣୀ ଏବଂ ବନ୍ଧୁ ପରିଜନ ବର୍ଗ ତାଙ୍କ ମୃତ୍ୟୁ ସଜ୍ୟା ନିକଟରେ ପହଞ୍ଚି ଆତ୍ମାର ସଦଗତି କାମନା କରିବା ସହିତ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରିଥିଲେ ।

0
0
0
s2sdefault