ନୂଆପଡା ଉପନିର୍ବାଚନ ପାଇଁ ପର୍ୟ୍ଯବେକ୍ଷକ ଏଵଂ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ଇ ଭି ଏମ୍ ଓ ଭିଭିପାଟ ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପର୍ୟ୍ଯବେକ୍ଷକ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତି ରେ ଇ ଭି ଏମ୍ ଓ ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ତଥା ଆର୍ ଓ ସୁର୍ମି ସୋରେନ୍ ଙ୍କ ଲଗ୍ଇନ୍ ରେ ଏହା ସମ୍ପନ୍ନ ହୋଇଥିଲା l
ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ଭୋଟିଂ ମେସିନ୍ ସ୍ଥାନୀୟ ନେସନାଲ କଲେଜ ର ଷ୍ଟ୍ରଙ୍ଗ ରୁମ୍ ରେ ସୁରକ୍ଷିତ ରଖା ଯାଇଛି l ଆଜି ଉପନିର୍ବାଚନର ସମସ୍ତ ପ୍ରାର୍ଥୀ ତଥା ସେମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଜିଲ୍ଲା ଇ ପ୍ରଶାସନ ପରିଚାଳକ ବିରେନ୍ଦ୍ର ସିଂ ଦଣ୍ଡସେନା କମ୍ପ୍ୟୁଟର ମାଧ୍ୟମରେ ଇ ଭି ଏମ୍ ଓ ଭିଭିପାଟ ତିନି ରାଉଣ୍ଡ ରାଣ୍ଡୋମାଇଯେସନ କରିଥିଲେ l ଏହାପରେ ଏସବୁର କମିସନିଂ ହେବ l ସମ୍ପୂର୍ଣ ସ୍ୱଚ୍ଛ ଓ ପାରଦର୍ଶି ହିସାବରେ ସମଗ୍ର ୩୫୮ ବୁଥ ରୁ କେଉଁ ବୁଥ କୁ କେଉଁ ଭୋଟିଂ ମେସିନ୍ ସେଟ୍ ଯିବ ଏହା ସ୍ଥିର କରାଯାଇଛି l ଆଜିର ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ ସ୍ୱଚ୍ଛତା ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଉପଜିଲ୍ଲାପାଳ ତଥା ଆର୍ ଓ ସୁର୍ମି ସୋରେନ୍ ଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା l ପାରଦର୍ଶିତା ପାଇଁ ଏହି ରାଣ୍ଡୋମାଇଯେସନର ଅବିକଳ ନକଲ କପି ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଏବଂ ସ୍ଵାଧୀନ ପ୍ରାର୍ଥୀ ଙ୍କୁ ପ୍ରଦାନ କରାଯାଇଛି l

0
0
0
s2sdefault