ହେଡଲାଇନସ୍:

ଓରାମ ସାଂସ୍କୃତିକ ସମାଜର ଲାଠିକଟା ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା।,(ବସନ୍ତ କୁମାର ଜେନା): ଆଜି ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର (ନାଉନୀ ଟୁଙ୍ଗରୀ) ଲାଠିକଟା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ପାଦା ପାଡହା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ ଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା । ଏହି ଶିବିରରେ ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ପ୍ରଶିକ୍ଷାର୍ଥଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଫେସର ସାନିରାମ କେରକେଟା( ସୋସିଓଲୋଜି,) ଓ ପ୍ରଫେସର ଅଶୋକ କୁମାର ମିଞ୍ଜ ( ଫିଜିକ୍ସ ) ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ସଂପାଦିକା ରାମିୟା ଓରାମ, ଦାସା ଏକ୍କା( କାରଠା), କର୍ମା ଏକ୍କା(କଟୱାର), ଦାମୁ ତିର୍କୀ(ସମାଜ ସେବୀ) , ଲକ୍ଷ୍ମଣ ତିର୍କୀ (କାହତୋ), ବନ୍ଧନା ଟପ୍ପୋ (ଉପ ଦେଵାନ୍), ଲାଠିକଟା ମୁଲି ପାତହାର କର୍ମକର୍ତ୍ତା ଏବଂ ଧାତଖା ପାଦହାର କର୍ମକର୍ତ୍ତା ଉପସ୍ଥିତ ରହିବା ସହିତ ପ୍ରାୟ ୪୦୦ ଜଣ ପ୍ରଶିକ୍ଷଣ ନେଲେ । ଏହା ଆହୁରି ଚାରି ରବିବାର ଦିନ ମାନଙ୍କରେ ଲାଠିକଟା ନାଉନୀ ଟୁଙ୍ଗରୀରେ ଏହି ପ୍ରଶିକ୍ଷଣ ଚାଲିବ । ପରିଶେଷରେ ବନ୍ଦନା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସମାଜର ସଂପାଦିକା ରାମିୟା ଓରାମ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

0
0
0
s2sdefault