ଓଡ଼ଗାଁ,୨୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ନାଉଖାଲ ନରସିଂହ ପ୍ରସାଦ ଗ୍ରାମରେ ଉନ୍ନୟନ କାର୍ଯ୍ୟର ସୂଚନା ଫଳକ ଭୁଷୁଡିପଡି ଜଣେ ନାବାଳକର ମୃତ୍ୟୁ ଘଟଣା ସ୍ଥାନୀୟ ଅଳରେ ଶୋକରଛାୟା ଖେଳାଇ ଦେଇଥିବା ବେଳେ ରବିବାର ସକାଳେ ଶବବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକେ ମୃତକ ସହଦେବ ମହାଙ୍କୁଡଙ୍କ ପୁଅ ହିନ ମହାଙ୍କୁଡ(୧୪)ର ଶବ ସଂସ୍କାର କରିବା ପରିବର୍ତ୍ତେ ନରସିଂହ ପ୍ରସାଦ ଗ୍ରାମବାସୀଙ୍କ ସହଯୋଗରେ ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ନାଉଖାଲ ରାସ୍ତା ଉପରେ ରଖି କ୍ଷତିପୂରଣ ଉଦେଶ୍ୟରେ ରାସ୍ତା ରୋକ କରିଥିଲେ । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇ ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ଯାନ ବାହାନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ରାସ୍ତା ରୋକର ସୂଚନା ପାଇ ଓଡ଼ଗାଁ ପୋଲିସ ସବ୍ଇନିସପେକ୍ଟର ଚକ୍ରଧର ସିଂ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ରାସ୍ତା ଅବରୋଧ ନହଟିବାରୁ ଘଟଣା ସ୍ଥଳରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଏବଂ ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ ପହଁଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଏବଂ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ତତ୍କାଳୀନ ସହାୟତା ଅର୍ଥରାଶି ପ୍ରଦାନ କରିବା ପରେ ଦୀର୍ଘ ୪ ଘଣ୍ଟା ଅନ୍ତରରେ ରାସ୍ତାରୋକ ହଟିଥିଲା । ସୂଚନା ଥାଉକି ଠାକୁରାଣୀ ମନ୍ଦିର ଉନ୍ନତି କରଣ ନିମନ୍ତେ ଅର୍ଥ ଅନୁଦାନର ଏକ ସୂଚନା ଫଳକ ଗ୍ରାମ ଠାକୁରାଣୀ ମନ୍ଦିର ପରିସରରେ ନିର୍ମାଣ କରାଯାଇଥିଲା । କାର୍ତ୍ତିକ ମାସରେ ଗ୍ରାମର ଯୁବକ ମାନେ ମିଶି ପ୍ରତିଦିନ ପରି ଶନିବାର ସନ୍ଧ୍ୟାରେ ମନ୍ଦିର ଚତୁଃପାର୍ଶ୍ଵରେ ବୁଲି ସଙ୍କୀର୍ତ୍ତନ କରୁଥିବା ବେଳେ ମୃତ ନାବାଳକ ହିନ ଠାକୁରଙ୍କ ଫଟୋଚିତ୍ର ଧରି ସଙ୍କିର୍ତ୍ତନ ଦଳଙ୍କ ସାଙ୍ଗରେ ବୁଲୁଥିଲା । ସେହି ପଥରେ ସୂଚନା ଫଳକ ରହିଥିଲା । ତେବେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୪ ବର୍ଷର ହିନ ଠାକୁରଙ୍କ ଫଟୋଚିତ୍ର ଧରି ସୂଚନା ଫଳକକୁ ଅତିକ୍ରମ କରୁଥିବା ସମୟରେ ଫଳକଟି କୌଣସି କାରଣରୁ ଭୁଷୁଡି ପଡି ତା' ଉପରେ ଲଦି ହୋଇ ଯାଇଥିଲା । ଫଳରେ ଫଳକର ଭଙ୍ଗାରୁଜା ଇଟା ପଥର ନାବାଳକର ମୁଣ୍ଡରେ ଗଭୀର ଆଘାତ ସୃଷ୍ଟିକରିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ଯୁବକମାନେ ତୁରନ୍ତ ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବଂ ଡାକ୍ତର ସେଠାରେ ତାକୁ ଆନୁଷ୍ଠାନିକ ଭାବେ ମୃତ୍ୟୁ ଘୋଷଣା କରିଥିଲେ ।
ରାଜ୍ୟ
ସୂଚନା ଫଳକ ଭୁଷୁଡି ନାବାଳକର ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ନୟାଗଡ଼-ଭଞ୍ଜନଗର ଲାଉଖାଲ ରାସ୍ତାରେ ଶବ ରଖି ଅବରୋଧ କଲେ ଗ୍ରାମବାସୀ,
- Hits: 10











