ହେଡଲାଇନସ୍:

ଝାରସୁଗୁଡା ପୋଲିସ ପକ୍ଷ ରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗଡା:  ଝାରସୁଗଡା ବେହେରାମାଲ ସ୍ଥିତ ଏମସିଏଲ ଅଡିଟୋରିୟମ ଠାରେ ଆଜି ଝାରସୁଗୁଡା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଝାରସୁଗୁଡା ଏସ ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ |ସାଇବର ଠକ ମାନେ ପ୍ରଥମେ ଛାତ୍ର ଛାତ୍ରୀ ଙ୍କୁ ସେମାନଙ୍କ ଶୀକାର କରିଥାଆନ୍ତି।ତେଣୁ ଛାତ୍ର ଛାତ୍ରୀ ମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ । କୌଣସି ସାଇବର କ୍ରାଇମ ର ଠକେଇ ହେଲେ ଡେରି ନ କରି ୧୯୩୦ କୁ ତୁରନ୍ତ କଲ କରନ୍ତୁ ବୋଲି କହିଛନ୍ତି |ଝାରସୁଗୁଡା ଏସ ପି ରାଘବେନ୍ଦ୍ର କହିଥିଲେ ଯେ ଇଣ୍ଟେର୍ନେଟ ବ୍ୟବହାର କରୁଥିବା ବେଳେ କଡା ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ଏହା କାହାକୁ ସେୟାର କରନ୍ତୁ ନାହିଁ |

ମୋବାଇଲ ରେ ନିଜ କିମ୍ବା ସମ୍ପର୍କୀୟ ଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡ଼ିଓ ସେୟାର କରନ୍ତୁ ନାହିଁ | କୌଣସି ସାଇବର ଧମକ ଆସିଲେ ପୋଲିସ ରେ ରିପୋର୍ଟ କରନ୍ତୁ |ଗେମିଙ୍ଗ ଆପ୍ଲିକେସନ ଦୁରେଇ ରହିବା ସହିତ ଅଜଣା ୟୁପିଆଇ ଲିଙ୍କ ଠାରୁ ଦୁରେଇ ରଖନ୍ତୁ ବୋଲି କହିଥିଲେ |କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ,ଓଏସଏପି କମାଣ୍ଡେଣ୍ଟ ଶ୍ରୀପ୍ରସାଦ ତମଙ୍ଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତା ମିଶ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେମ୍ସ ସାମଦ, ଝାରସୁଗୁଡ଼ା ଏସଡିପିଓ ଉମା ଶଙ୍କର ସିଂ, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ,ଏସ ଡି ପି ଓ ଜ୍ୟୋସ୍ନାମୟୀ ପ୍ରଧାନ, ଝାରସୁଗୁଡା ଟାଉନ ଥାନା ଆଇ ଆଇ ସି ରଞ୍ଜନ ବରିହା, ସଦର ଥାନା ଆଇ ଆଇ ସି ସ୍ୱପ୍ନାରାଣୀ ଗୋଛାୟତ, ବ୍ରଜରାଜନଗର ଆଇ ଆଇ ଆଇସି ଧବଳେଶ୍ୱର ସାହୁ ଙ୍କ ସହିତ ବହୁ ପୋଲିସ ଅଧିକାରୀ, ବରିଷ୍ଠ ନାଗରିକ, ସମାଜସେବୀ ଉପସ୍ଥିତ ଥିଲେ |

0
0
0
s2sdefault