ହେଡଲାଇନସ୍:

ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ପାଇଁ ଜଣେ ଟେକେନସିଅନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ ଜଣଙ୍କ ସ୍ଥାନରେ ଜଣେ ନମୁନା ସଂଗ୍ରହ କରି ପରୀକ୍ଷା କରିବାରେ ବିଳମ୍ବ, ଅତିରିକ୍ତ ଟେକେନସିଅନ ନିଯୁକ୍ତି ପାଇଁ ଦାବି।

ଓଡ଼ଗାଁ ୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ, ମଳ, ମୂତ୍ର ଏବଂ କଫ ପରୀକ୍ଷା ପାଇଁ ଜଣେ ମାତ୍ର ଟେକେନସିଅନ ରହିଥିବା ବେଳେ ପ୍ରତିଦିନ ପ୍ରାୟ ଦେଢଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ନମୁନା ସଂଗ୍ରହ ଓ ପରୀକ୍ଷା କରିବାକୁ ପଡୁଛି । ଫଳରେ ରୋଗ ନିରାକରଣ ନିମିତ୍ତ ବହୁ ବିଳମ୍ବ ଘଟିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏପରିକି ସମୟେ ସମୟେ ରିପୋର୍ଟ ନପାଇ ଫେରିବାକୁ ପଡ଼ୁଛି । ଏଥିସହିତ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ନିୟମିତ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ଦୃଷ୍ଟିରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ରୋଗ ନିରାକରଣ ପରୀକ୍ଷା ପାଇଁ ବହୁ ସମୟ ଧରି ଧାଡ଼ିରେ ରହି ବିରକ୍ତ ହୋଇ ପରୀକ୍ଷା ନକରି ଫେରିଯାଉଛନ୍ତି । ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଓଡ଼ଗାଁ ଏନ୍ଏସି ସହିତ ୧୮ ପଞ୍ଚାୟତ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଯଦିଓ କୋମଣ୍ଡ, କୁରାଳ, ସୁନାମୁହିଁ, କୁରୁମବାଙ୍କତରା, ସାକେରୀ ଠାରେ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ତେବେ ସେଠାର ଡାକ୍ତର ମାନେ ରୋଗ ନିରୁପଣ ନିମନ୍ତେ କୌଣସି ପରୀକ୍ଷା ପାଇଁ କହିଲେ ଓଡ଼ଗାଁରେ ପରୀକ୍ଷା ପାଇଁ ଅତିରିକ୍ତ ଯନ୍ତ୍ର ଗୁଡ଼ିକ ରହିଥିବାରୁ ରୋଗିଟିଏ ଏଠାକୁ ଆସି ପରୀକ୍ଷା କରିଥାଏ । ଏବଂ କୌଣସି ପରୀକ୍ଷା ପାଇଁ ଏଠାରେ ସୁବିଧା ସୁଯୋଗ ନଥିଲେ ସେମାନେ ବିକଳ୍ପ ଭାବେ ଓଡ଼ଗାଁରେ ଘରୋଇ ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା କରନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ୮ ସବ୍ ସେଣ୍ଟରରୁ ୪୫ରୁ୪୬ ଜଣ ଆଶା କର୍ମୀ ପ୍ରତି ମାସରେ ୨୫୦ରୁ ଉର୍ଦ୍ଧ୍ବ କଫ ପରୀକ୍ଷା ପାଇଁ ଆଣିଥାନ୍ତି । ଏତଦ୍ ବ୍ୟତୀତ ଡାକ୍ତରଖାନାକୁ ଦୈନିକ ୨ଶହରୁ ଅଧିକ ରୋଗୀ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣଙ୍କର ଲ୍ୟାବରେ କୌଣସି ନା କୌଣସି ପରୀକ୍ଷା କରାଯାଇଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ସିବିସି, ୟୁରିନ୍, ଏଚଆଇଭି, ହେମୋଗ୍ଳୋବିନ୍, ଟକସୋ, ଭଡିଆରଲ୍, ଓଜିଟିଟି, ଆଲବୋମିନ୍ ସହିତ ସାଧାରଣ ଭାବେ ଏମପି, ସିବିସି, ୟୁରିନ୍, ଷ୍ଟୁଲ୍, ବ୍ଳଡ୍ ସୁଗାର, ଇଏସଆର, ରୁମାଟିଜିମ୍, ଆର୍ଥାଇଟସ୍, ଜଣ୍ଡିସ ଏବଂ ଅନ୍ୟାନ୍ୟ ପରୀକ୍ଷା ଜଣେ ମାତ୍ର ଟେକେନସିଅନଙ୍କ ଦ୍ବାରା ସମୟ ଅନୁସାରେ ସାରିବା ଅସମ୍ଭବ ହୋଇପଡୁଛି । ଏଣୁ ଓଡ଼ଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀ ମାନଙ୍କୁ ଉପଯୁକ୍ତ ସେବାକୁ ସହଜ ସରଳ କରିବା ପାଇଁ ଅତିରିକ୍ତ ଭାବେ ଆଉ ୨ଜଣ ଟେକେନସିଅନଙ୍କ ନିଯୁକ୍ତି ଦେବାପାଇଁ ସାଧାରଣରେ ଦାବି ହେଉଛି।

0
0
0
s2sdefault