ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ I ଗତ ଦୁଇ ବର୍ଷ ଧରି ପାଖାପାଖି ଷାଠିଏ ହଜାର ସାଇବର ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ କିଛି ମାମଲା ସମାଧାନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ମାମଲା ବିଚାରାଧୀନ ରହିଛି I ତେବେ ସାଇବର୍ ଠକେଇରୁ ମୁକ୍ତି ପାଇବା ପାଇଁ ଜନ ସଚେତନତା ହିଁ ଏକ ମାତ୍ର ରାସ୍ତା ହୋଇଥିବା ବେଳେ ସରକାରଙ୍କ ତରଫରୁ ଆକ୍ଟୋବର ଅଠର ତାରିଖରୁ ନଭେମ୍ବର୍ ସତର ତାରିଖ ପର୍ଯ୍ୟନ୍ତ ସାଇବର୍ ନିରାପତ୍ତା ମାସ ପାଳନ କରାଯାଉଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ସାଇବର୍ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚେତନ ମୂଳକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବେଲଗୁଣ୍ଠା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପରଦା ମାଧ୍ୟମରେ ଏହାକୁ ଶୁଣିଛନ୍ତି I ସୂଚନା ପ୍ରକାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍ ମହା ନିର୍ଦ୍ଦେଶକ ଭିଡିଓ କନ୍ଫେରେସିଂ ମାଧ୍ୟମରେ ସାଇବର୍ ଅପରାଧ ଘଟିବାର କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ପ୍ରତିକ ସ୍ଥିତିରେ ସାଇବର୍ ଅପରାଧ ଚିନ୍ତା ଜନକ ହୋଇଥିବା ବେଳେ ଏଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ I ବିଶେଷ କରି ନିଜର ଗୋପନୀୟ ତଥ୍ୟକୁ କାହା ଆଗରେ ପ୍ରକାଶ ନକରିବା ସହିତ ସାଇବର୍ ଠକେଇର ଶିକାର ହେଲେ ୧୯୩୦ ଫୋନ୍ ନମ୍ବର୍ ରେ ସାଙ୍ଗେ ସାଙ୍ଗେ ଜଣାଇବା ସହିତ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହେବା ପାଇଁ ପରାମର୍ଶ ଦେଇଥିଲେ I ଏନେଇ ଆଗାମୀ ଦିନରେ ବିଭିନ୍ନ ସଚେତନତା ରଥ ପରିକ୍ରମା ସହିତ ସଚେତନତା ମୂଳକ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି I ଆଜି ବେଲଗୁଣ୍ଠା ପେଣ୍ଠ ସାହିରେ ଅନୁଷ୍ଠିତ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଏନ୍ଏସି ପକ୍ଷରୁ ଲାଗିଥିବା ଏଲଇଡିରେ ବେଲଗୁଣ୍ଠା ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଦୁଇ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବା ସହିତ ପଥପ୍ରାନ୍ତ ନାଟକ ମଧ୍ୟ ଦେଖିଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପ୍ରୋବେସନାଲ୍ ଏସ୍ଆଇ ଅଜୟ କୁମାର ବେହେରା,ଏଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ, ପ୍ରମୋଦ କୁମାର ଚଟ୍ଟି,ନଗରପାଳ ଫିରୋଜ ସେଠୀ,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସାମ୍ବାଦିକ ତୋଫାନ ସାହୁ, ମନୋଜ କୁମାର ପାତ୍ର, ସଦାଶିବ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ତ୍ରିପାଠି, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ, ସୁଶାନ୍ତ ବେହେରା,ସାର୍ପ ଏଜୁକେସନ୍ ଅଧ୍ୟକ୍ଷ ସତ୍ୟନାରାୟଣ ସିଅ, ବହୁ କାଉନସିଲର୍, ବୁଦ୍ଧିଜୀବୀ, ସାର୍ପ ଏଜୁକେସନ୍ ଛାତ୍ରଛାତ୍ରୀ, ଦାସ୍ ଟିଉଟୋରିଆଲ୍ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I
ରାଜ୍ୟ
ଏଲ୍ଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ବାର୍ତ୍ତା ଶୁଣିଲେ ଛାତ୍ରଛାତ୍ରୀ
- Hits: 8