ହେଡଲାଇନସ୍:

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୩.୧୦.୨୦୨୫/ସୁମନ୍ତ କୁମାର ଦାସ: ଚଳିତ ବର୍ଷ ୨୦୨୫ ରେ ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ ହେବ। ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଥିପାଇଁ ନିୟୋଜିତ କରଯାଇଛି ।
ଆଜି ପ୍ରଥମ ଦିବସ ରେ ରଘୁନାଥପୁର ବ୍ଲକ୍ ର ପି. ସି. ବିଦ୍ୟା ମନ୍ଦିର,ରଘୁନାଥପୁର ଠାରେ ଏହି ଶିବିର ଆୟୋଜିତ ହୋଇଯାଇଛି।ଶିବିରରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଭିନ୍ନକ୍ଷମ ମାନଙ୍କର ପରୀକ୍ଷା କରାଯାଇଥିଲା।ଏହି ଶିବିର ରେ ମୋଟ ୨୦୬ ଜଣ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୧୪୬ ଜଣ ଡାକ୍ତରୀ ମାଇନା ପାଇଁ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପରେ ନାକଚ କରାଯାଇଥିଲା। ଏହି ଶିବିର ରେ ଅସ୍ଥି ଶଲ୍ୟ ବିଭାଗରେ ୬୧, ଇ ଏନ୍ ଟି ରେ ୧୩, ଭେଷଜ ବିଭାଗ ରେ ୧୩, ଚକ୍ଷୁ ବିଭାଗରେ ୯, ମାନସିକ ଅନଗ୍ରସର ୧୫, ସ୍ନାୟବିକ ଅନଗ୍ରସର ୧୪ ଜଣ ଙ୍କ ର ପରୀକ୍ଷା କରଯାଇଥିଲା।
ପ୍ରକାଶ ଥାଉ କି,ଅକ୍ଟୋବର ମାସ ୨୪ ତାରିଖ ଦିନ କୁଜଙ୍ଗ ବ୍ଲକ୍ ଓ ପାରାଦୀପ ପୌର ପରିଷଦ ପାଇଁ ବନବିହାରୀ ଉଚ୍ଚ ବିଦ୍ୟାଳୟ,କୁଜଙ୍ଗ ଠାରେ, ଅକ୍ଟୋବର ମାସ ୨୮ ତାରିଖ ଦିନ ନାଉଗାଁ ବ୍ଲକ୍ ପାଇଁ ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟ,ନାଉଗାଁ ଠାରେ, ଅକ୍ଟୋବର ମାସ ୨୯ ତାରିଖ ଦିନ ବାଲିକୁଦା ବ୍ଲକ୍ ପାଇଁ ଅମ୍ବାସାଳ ଉଚ୍ଚ ବିଦ୍ୟାଳୟ, ବାଲିକୁଦା ଠାରେ, ଅକ୍ଟୋବର ମାସ ୩୦ ତାରିଖ ଦିନ ବିରିଡ଼ି ବ୍ଲକ୍ ପାଇଁ ବ୍ଲକ୍ କ୍ୟାମ୍ପସ,ବିରିଡ଼ି ଠାରେ, ଅକ୍ଟୋବର ମାସ ୩୧ ତାରିଖ ଦିନ ତିର୍ତ୍ତୋଲ ବ୍ଲକ୍ ପାଇଁ ମଣି ଚରଣ ସାରଳା ଏକାଡେମୀ,ତିର୍ତ୍ତୋଲ ଠାରେ, ନଭେମ୍ବର ମାସ ୧ ତାରିଖ ଦିନ ଏରସମା ବ୍ଲକ୍ ପାଇଁ ବ୍ଲକ୍ କ୍ୟାମ୍ପସ,ଏରସମା ଠାରେ, ନଭେମ୍ବର ମାସ ୪ ତାରିଖ ଦିନ ଜଗତସିଂହପୁର ବ୍ଲକ୍ ଓ ଜଗତସିଂହପୁର ପୌର ପରିଷଦ ପାଇଁ ଏସ୍ କେ ଏକାଡେମୀ, ଜଗତସିଂହପୁର ଠାରେ ଆୟୋଜନ ପାଇଁ ସ୍ଥିର କରାଯାଇଛି ।

ଆଜିର ଶିବିର ରେ ବିଡ଼ିଓ ରଘୁନାଥପୁର ଶ୍ରୀ ବିରଞ୍ଚି ନାରାୟଣ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ତଥା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault