ହେଡଲାଇନସ୍:

ବିଷପାନ କରି ଜଣେ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଘଷାଦେଇପୁର ଗାଆଁର ନୀରାକାର ମହାରଣା (୫୦) ବିଷ ପାନକରି ଆତ୍ମହତ୍ୟା କରିଥିବା ନେଇ ଓଡ଼ଗାଁ ଥାନାରେ ତାଙ୍କ ସ୍ତ୍ରୀ ସୁକାନ୍ତି ମହାରଣା ଅଭିଯୋଗ କରିଛନ୍ତି । ଓଡ଼ଗାଁ ପୋଲିସ ୩୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନୟାଗଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରିବା ପରେ ଗୁରୁବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅଭିଯୋଗ ଅନୁସାରେ ନୀରାକାର ବୁଧବାର ରାତି ୮ ବେଳେ ବଜାରକୁ ଆସିଥିଲେ । ଫେରିବା ପରେ ରାତି ପ୍ରାୟ ୧୧ ସମୟରେ ତାଙ୍କର ବାନ୍ତି ହୋଇଥିଲା । ତାଙ୍କୁ ସଂଗେସଂଗେ ଓଡ଼ଗାଁ ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ପରେ ଗୁରୁତର ହେବାରୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ନୟାଗଡ଼ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଥାଉକି ନୀରାକାର କର୍କଟ ରୋଗରେ ପୀଡିତ ଥିବା ଜଣାପଡିବା ପରେ ପରିବାରର ଅଭାବ କଷଣ ସାଙ୍ଗକୁ ୩ ଛୁଆଙ୍କ ଜଞ୍ଜାଳ କଥା କହି ବ୍ୟସ୍ତ ହୋଇ ପଡ଼ିଥିଲେ । ତେଣୁ ନିଜେ ବିଷପାନ କରି ଆତ୍ମହତ୍ୟା କରିଥିବା ସ୍ତ୍ରୀ ସୁକାନ୍ତିଙ୍କ ଅଭିଯୋଗରୁ ଜଣାଯାଏ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଚାଲିଯିବା ପରେ ସ୍ତ୍ରୀ ତାଙ୍କ ୨ ନାବାଳକ ଓ ୧ ନାବାଳିକା ଛୁଆଙ୍କୁ କିପରି ପାଳିବେ ପୋଷିବେ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

0
0
0
s2sdefault