ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଜିଲ୍ଲା ଜଳ ଓ ପରିମଳ ମିଶନ ବରଗଡ଼ ସୌଜନ୍ୟ ରୁ ରାଜବୋଡ଼ାସମ୍ବର ବ୍ଲକ ଆନୁକୁଲ୍ୟରେ ବିଶ୍ବ ହାତ ଧୁଆ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଡଲି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପଞ୍ଚସଖା ଶିକ୍ଷାସେତୁ ର ସଭାପତି ଶ୍ରୀ ସଞ୍ଜୀବ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜଳ ଓ ପରିମଳ ମିଶନ ର ବ୍ଲକ ସଂଯୋଜକ ଶ୍ରୀ ବିଜୟ କୁମାର ମହଲା ଓ ମାଷ୍ଟର ଟ୍ରେନର ଶ୍ରୀ ସୁଶାନ୍ତ କୁମାର ମହପାତ୍ର ଯୋଗଦେଇ ହାତ ଧୋଇବାର ଉପାଦେୟତା ବୁଝାଇବା ସହ ହାତ ଧୁଆର ପ୍ରଣାଳୀ ନିଜେ କରିକି ଦେଖେଇ ଛାତ୍ରଛାତ୍ରୀ ଙ୍କୁ ଅଭ୍ୟାସ କରାଇଥିଲେ। ସ୍କୁଲର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
ରାଜ୍ୟ
ବିଶ୍ବ ହାତ ଧୁଆ ଦିବସ ପାଳିତ
- Hits: 16