ଜିଲ୍ଲା - ସ୍ତରୀୟ ଲୋକନୃତ୍ୟ ପ୍ରତଯୋଗିତା - ୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା - ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା - ୨୦୨୫ ଉଦଯାପିତ ହୋଇଯାଇଛି।
ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୨ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରି ନିଜର ନୃତ୍ୟକଳା ଓ ଲୋକ ସଂସ୍କୃତିର ଅପୂର୍ବ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ ଯୋଗଦେଇ ଲୋକନୃତ୍ୟ ମାଧ୍ୟମରେ ଆମେ ନଜ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ କରିପାରିବା ଏବଂ ଏହା ଯୁବପିଢି ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଏସ୍ . ଗିରିଧର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର , ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ
ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗଦେଇ ବିଜେତା ଦଳଗୁଡିକୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ , ଆଡବା ପ୍ରଥମ ସ୍ଥାନ , ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଦ୍ଵିତୀୟ ସ୍ଥାନ ଓ ସରକାରୀ ଉଚ୍ଚ ବିଦ୍ୟାଳୟ , ରାୟଗଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସଭାକାର୍ଯ୍ୟ ଶିକ୍ଷୟିତ୍ରୀ ଶ୍ରୀମତି ସୁଜାତା ନନ୍ଦା ପରିଚାଳନା କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଧନ୍ୟବାଦ ଦେଇଥିଲେ।
ବିଚାରକ ଭାବେ ଡାକ୍ତର ମୁର୍ମୁ , ଶ୍ରୀ ଆଦର୍ଶ କୁମାର ଦାସ ଓ ଶ୍ରୀମତୀ ଡି. ପ୍ରିୟଙ୍କା ଦାୟିତ୍ୱ ନିର୍ବାହ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault