ହେଡଲାଇନସ୍:

ଉମରକୋଟ, ବଡବାସିନୀ ଗ୍ରାମର ଆଶାକର୍ମୀ ର ଅବହେଳା ମୃତ୍ୟୁ କୁ ଏକ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,13/10/2025,: ଅଶୋକ ସାହୁ, ଶାସକ ପ୍ରଶାସକ,ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବା ବେଳେ ପ୍ରତିଶୃତି ପରେ ପ୍ରତିଶୃତି ଦିଆଯାଉଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁରଜିଲ୍ଲା ତରଫରୁ ଆଜି ନବରଙ୍ଗପୁର ପଲିସ ପଡିଆ ଠାରୁ ଏକ ବିଶାଳ ସଭାଯାତ୍ରା ରେ ବାହାରି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ ବିଭିନ୍ନ ପ୍ରକାର ନାରା ବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତା 14-10-2025 ରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲପାଳ ଅଫିସ ଆଗରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ କିଗତ ତା ୩୦.୦୮.୨୦୨୫ ରିଖରେ ଘଟିଥିବା ଉମରକୋଟ ବ୍ଲକ, ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଅବହେଳା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ରେଫେର ହୋଇ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ରାସ୍ତା ପାଖରେ ଗର୍ଭରେ ଥିବା ଛୁଆ ଓ ମାଙ୍କରମୃତ୍ୟୁ ହୋଇଥିଲା । ଏହାକୁ ନେଇ ତା ୦୧.୦୯.୨୦୨୫ ରିଖ ସମୋବାର ଦିନ ଉମରକୋଟ ସ୍ଵାସ୍ଥ୍ୟକେନ୍ଦ୍ର ଛକରେ ଦମୟନ୍ତୀ ଭତରାଙ୍କ ଶବକୁ ରଖି ଆନ୍ଦୋଳନ କରାଯାଇଥିଲା । ସେହି ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଆସି ଲିଖିତ ଆକାର ରେ ୦୮.୦୯.୨୦୨୫ରିଖ ସୁଧା କାର୍ଯ୍ୟାନୁଷ୍ଠାନ କରିବା ପାଇଁପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବାରୁ ଗତ ତା ୦୩.୦୯. ୨୦୨୫ ରିଖରେ ଆଶାକର୍ମୀ ସଂଘ ତରଫରୁ ନବରଙ୍ଗପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁଣି ତା୧୨.୦୯.୨୦୨୫ ରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଓ ଆସନ୍ତା ୦୫.୧୦.୨୦୨୫ରିଖ ସୁଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନକରିବାକୁ ମୌଖିକ ଭାବେ କୁହା ଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ l ସେହି ଡ଼ାକ୍ତର ଙ୍କୁ ନିଲମ୍ବନ କରି ତୁରନ୍ତ ଗିରଫ କରାଯାଉ l ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୁର୍ବ୍ଯବହାର କରାଯାଉଛି ତାହା ବନ୍ଦ କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହତିଆରି କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟରେଦିଆଯାଉ।ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଲେବର ରୁମକୁ ଯିବାକୁ ମନା କରାଯାଉଛି, ଲେବର ରୁମକୁଯିବାକୁ ଅନୁମତି ଦିଆଯାଉ କାରଣ ଆଶା ଫର୍ମ ଫିଲାପରେ ସୁବିଧା ହେବ। ଆଶାକର୍ମୀ ମାନଙ୍କୁ ସରକାରୀକର୍ମଚାରୀ ରୁପେ ଘୋଷଣା କରାଯାଉ, ଯେ ପର୍ଯ୍ୟନ୍ତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ୨୪ ହଜାର ଟଙ୍କା ବେତନ ଦିଆଯାଉ ଆଶାକର୍ମୀ ମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଦଶ ଲକ୍ଷ ଓ ସ୍ବାଭବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷଟଙ୍କା ଦିଅଯାଉ। ଆଶାକର୍ମୀ ମାନଙ୍କୁ ଅବସର କାଳିନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନବାବଦକୁ ପାଞ୍ଚ ହଜାର ଟଙ୍କା ଦିଆଯାଏ l ଯେତେ ଦିନ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ ସେତିକି ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି ଓ ଯାହା ସମସ୍ୟା ହେବ ପ୍ରଶାସନ ବା ସରକାର ଦାୟି ରହିବେ । ଏଥିରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ,ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଅଙ୍ଗନବାଡି ସଂଘ ଉପଦେଷ୍ଟା ସବିତା ନାୟକ ଆଶା କର୍ମୀ ସଂଘ ର କେନ୍ଦ୍ରୀୟ ସଭାନେତ୍ରୀ ଜିନିମା ଖୁରା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ କମଳା ବେହେରା ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ,ସମ୍ପାଦିକା ଗୀତାଞ୍ଜଳି ହରିଜନ ପରିଚାଳନା କରିଥିଲେ ସମସ୍ତ ବ୍ଲକ ରୁ ପ୍ରାୟ ଛ ଶହ ରୁ ଅଧିକା ଆଶା କର୍ମୀ ମାନେ ଉପସ୍ଥିତ ଥିଲେ । ଏହାପରେ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାର ବାକି ରହିଲା l

0
0
0
s2sdefault