ହେଡଲାଇନସ୍:

ସାମାଜିକ ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ମଞ୍ଚସ୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଘୂ. ନୁଆଗାଁର ଶ୍ରୀ ଶ୍ରୀ ଶ୍ରୀ ମାଆ ଦଣ୍ଡକାଳୀ ଗଣନାଟ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସାମାଜିକ ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ମଞ୍ଚସ୍ଥ ହୋଇଯାଇଛି I ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ ପିଣ୍ଟୁ ବାବୁ ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ I ଏହି ଅବସରରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନାଟକର କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ନାଟକରେ ଥିବା ଶିକ୍ଷଣୀୟ ବିଷୟକୁ ଗ୍ରହଣ କରିବା ସହିତ ଖରାପ ବିଷୟକୁ କେବଳ ମନୋରଞ୍ଜନ ଭାବି ଭୁଲିଯିବା ପାଇଁ ଦର୍ଶକଙ୍କୁ ପରାମର୍ଶ ଦେଇଥିଲେ I ନାଟକର ଉଦ୍ଘାଟନ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଘଠକ ଜିତେନ୍ଦ୍ର କୁମାର ନାୟକ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ,ଘୁମୁସର ଜିଲ୍ଲା ବିଜେପି କୃଷକମୋର୍ଚା ସଭାପତି ତଥା ପାଇଲିପଡ଼ା ସମିତି ସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର, ଆସିକା ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ଯୁବ ନେତା ତଥା ଗାଙ୍ଗପୁର ସମିତିସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀ, ଇଙ୍ଗିନାଠୀ ସରପଞ୍ଚ ଶୁକଦେବ ସ୍ୱାଇଁ, ଆମ୍ବପୁଆ ସରପଞ୍ଚ ଶିବ ଶଙ୍କର ସେଠୀ, ବଡ଼ପଡ଼ା ସରପଞ୍ଚ ସୁଶାନ୍ତ କୁମାର ସାହୁ, ପାଇଲିପଡ଼ା ସରପଞ୍ଚ ପ୍ରତିନିଧି ଶିବରାମ ମହାରଣା, କ୍ଷତ୍ରିୟବରପୁର ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ସମିତିସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଧୂମୂଛାଇ ସମିତିସଭ୍ୟ ଶ୍ୟାମ ସୁନ୍ଦର ନାୟକ,ବିଜେପି ମଣ୍ଡଳ ସଭାପତି ସଞ୍ଜୟ ଜେନା ଓ ଶିବରାମ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ I ଘୂ ନୁଆଁଗାଆଁ ନାଏବ ସରପଞ୍ଚ କୁନି ଜେନା,ସମିତିସଭ୍ୟ ଭାଗ୍ୟଲତା ସେଠୀ ଏବଂ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ନାଟକଟି ଉଚ୍ଚକୋଟୀର ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା I

0
0
0
s2sdefault