ହେଡଲାଇନସ୍:

ବିଦାୟ ନେଲେ ମାଆ ଗଜଲକ୍ଷ୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ) -,ବେଲଗୁଣ୍ଠା ବ୍ଲକ୍ ଗୋବରା ମୁଖ୍ୟ ସଡ଼କରେ ସପ୍ତଦିନ ବ୍ୟାପୀ ପୂଜା ପାଇବା ପରେ ରବିବାର ସନ୍ଧ୍ୟାରେ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ବିଦାୟ ନେଇଛନ୍ତି I ରବିବାର ସନ୍ଧ୍ୟା ଛଅ ଘଣ୍ଟା ସମୟରେ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ମୁତାବକ ମାଆଙ୍କ ବିସର୍ଜ୍ଜନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା I ପାରମ୍ପରିକ ଶିଙ୍ଗବାଜା ,ଦୁଲଦୁଲି ସହିତ ବାଣ ପଟୁଆରରେ ଗୋବରା ବଜାରରେ ମାଆଙ୍କ ବିସର୍ଜ୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏହି ଶୋଭାଯାତ୍ରାରେ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମେତ ଗୋବରା ଗ୍ରାମବାସୀ,ଗୋବରା ମେଇନ ରୋଡ଼୍ ବାସୀ, ବାସୁଦେବପୁର ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ I ମାଆଙ୍କ ଶୋଭାଯାତ୍ରା ଗୋବରା ବଜାରରୁ ଆରମ୍ଭ ହୋଇ ବରପଲ୍ଲୀ ନିକଟସ୍ଥ କେନାଲ୍ ହିଡ଼ରେ ସମାପ୍ତ ହୋଇଥିଲା I ସେଠାରେ ମାଆଙ୍କ ରୀତିନୀତି ଏବଂ ପୂଜା ସରିବା ପରେ କେନାଲ୍ ରେ ମାଆଙ୍କ ମୂର୍ତ୍ତୀକୁ ବିସର୍ଜ୍ଜନ କରାଯାଇଥିଲା I ମାଆଙ୍କ ବିସର୍ଜ୍ଜନ ସମୟରେ ଉପସ୍ଥିତ ଶ୍ରଦ୍ଧାଳୁ ଏବଂ ଆୟୋଜକ ପୂଜା କମିଟିର ସଦସ୍ୟମାନେ ଭାବ ବିହ୍ୱଳ ହୋଇପଡ଼ିଥିଲେ I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଗାଙ୍ଗପୁର ପୋଲିସ୍ ବାହିନୀ ବିସର୍ଜ୍ଜନ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I

0
0
0
s2sdefault