ଉମରକୋଟ ଡାକ୍ତର ସାଗରୀକା ସ୍ୱାଇଁ ଙ୍କ ଗିରଫ ଦାବି ନେଇ ଆନ୍ଦୋଳନ କରିବ ଆଶା କର୍ମୀ ସଂଘ
ନବରଙ୍ଗପୁର,: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ନବରଙ୍ଗପୁର ଜିଲା ତରଫରୁ କାର୍ଯ୍ୟ ବନ୍ଦ କରିବା ଓ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ନିଷ୍ପତ୍ତୀ ନେଇଛି। ଗୋଟିଏ ମାସରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପୁଣି ଥରେ ଆନ୍ଦୋଳନ କୁ ଓଲ୍ଲାଇବାକୁ ସଂଘ ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି l ଆସନ୍ତା ତା ୧୪ ତାରିଖ ରୁ ପୁଲିସ ପଡିଆ ଠାରୁ ଏକଶୋଭା ଯାତ୍ରା ବାହାରି ଜିଲାପାଳଙ୍କ ବାସଗୃହ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏବଂ ତା ୧୫ ତାରିଖରୁ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ କିଗତ ତା ୩୦.୦୮.୨୦୨୫ ରିଖରେ ଘଟିଥିବା ଉମରକୋଟ ବ୍ଲକ, ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଅବହେଳା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ରେଫେର ହୋଇ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ରାସ୍ତା ପାଖରେ ଗର୍ଭରେ ଥିବା ଛୁଆ ଓ ମାଙ୍କରମୃତ୍ୟୁ ହୋଇଥିଲା । ଏହାକୁ ନେଇ ୦୧.୦୯.୨୦୨୫ରିଖ ସମୋବାର ଦିନ ଉମରକୋଟ ସ୍ଵାସ୍ଥ୍ୟକେନ୍ଦ୍ର ଛକରେ ଦମୟନ୍ତୀଭତରାଙ୍କ ଶବକୁ ରଖି ଆନ୍ଦୋଳନ କରାଯାଇଥିଲା ।ସେହି ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଆସି ଲିଖିତ ଆକାରରେ ୦୮.୦୯.୨୦୨୫ରିଖ ସୁଧା କାର୍ଯ୍ୟାନୁଷ୍ଠାନ କରିବା ପାଇଁପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବାରୁ ଗତ ୦୩.୦୯. ୨୦୨୫ରିଖରେ ଆଶାକର୍ମୀ ସଂଘ ତରଫରୁ ନବରଙ୍ଗପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ବ।ସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁଣି ତା୧୨.୦୯.୨୦୨୫ରିଖରେ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଓ ଆସନ୍ତା ୦୫.୧୦.୨୦୨୫ରିଖ ସୁଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନକରିବାକୁ ମୌଖିକ ଭାବେ କୁହା ଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ l ସେହି ଡ଼ାକ୍ତର ଙ୍କୁ ନିଲମ୍ବନ କରି ତୁରନ୍ତ ଗିରଫ କରାଯାଉ l ନବରଙ୍ଗପୁର ଜିଲାର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୁର୍ବ୍ଯବହାର କରାଯାଉଛି ତାହା ବନ୍ଦ କରାଯାଉ।ନବରଙ୍ଗପୁର ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହତିଆରି କରାଯାଉ।ନବରଙ୍ଗପୁର ଜିଲାର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟରେଦିଆଯାଉ।ନବରଙ୍ଗପୁର ଜିଲାର ଆଶାକର୍ମୀମାନଙ୍କୁ ଲେବର ରୁମକୁ ଯିବାକୁ ମନା କରାଯାଉଛି, ଲେବର ରୁମକୁଯିବାକୁ ଅନୁମତି ଦିଆଯାଉ କାରଣ ଆଶା ଫର୍ମ ଫିଲାପରେ ସୁବିଧା ହେବ। ଆଶାକର୍ମୀ ମାନଙ୍କୁ ସରକାରୀକର୍ମଚାରୀ ରୁପେ ଘୋଷଣା କରାଯାଉ, ଯେ ପର୍ଯ୍ୟନ୍ତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ୨୪ ହଜାର ଟଙ୍କା ବେତନଦିଆଯାଉ।ଆଶାକର୍ମୀ ମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଦଶ ଲକ୍ଷ ଓ ସ୍ବାଭବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷଟଙ୍କା ଦିଅଯାଉ। ଆଶାକର୍ମୀ ମାନଙ୍କୁ ଅବସର କାଳିନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ‘ମାସିକ ପେନସନବାବଦକୁ ପାଞ୍ଚ ହଜାର ଟଙ୍କା ଦିଆଯାଉ। ଏମିତି ଆଠ ଦଫା ଦାବି ନେଇ ରାଜରାସ୍ତା କୁ ଓଲ୍ଲାଇ ବାକୁ ଆଶା ସଂଘ ନିଷ୍ପତି ନେଇଛି ।
ଯେତେ ଦିନ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ ସେତିକି ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ସୂଚନା ଦେଇଛି । ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ଏଥିରେ ଭାରତୀୟ ମଜଦୁର ସଂଘ ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଟା ପରମେଶ୍ୱର ବିଷୋୟୀ,ଆଶା କର୍ମୀ ସଂଘ ଜିଲା ସଭାନେତ୍ରୀ କବିତା ସ୍ୱାଇଁ,ସମ୍ପାଦିକା ଗୀତାଞ୍ଜଳି ହରିଜନ ଙ୍କର ସମେତ ଜିଲ୍ଲା ଓ ବ୍ଳକ କର୍ମକର୍ତ୍ତ। ଓ ଅନେକ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।