ହେଡଲାଇନସ୍:

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୯.୧୦.୨୦୨୫:ଆଜି ଜିଲ୍ଲା ସ୍ତରୀୟ ୮ ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ ଅବସର ରେ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ)ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ,ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରପୌଦୀ କହଁର , ଡି ଏସ ଏସ ଓ ସୁଧାଂଶୁ ପାତ୍ର,ଡି ସି ପି ଓ,କୃଷି ଅଧିକାରୀ ,ଜିଲ୍ଲା ସ୍ତରୀୟ ଅଧିକାରୀ, ଡି ପି ସି (ମମତା),ମିଶନ ଶକ୍ତି ଅଧିକାରୀ, ସି ଡି ପି ଓ ,ଅଙ୍ଗନବାଡି କର୍ମୀ,ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ। ଡି ଏସ ଡବ୍ଲୁ ଓ ଦ୍ରୌପଦୀ କହଁର ୮ମ ରାଷ୍ଟ୍ରୀୟ ପୋଷଣ ମାହ ପାଳନ ବିଷୟ ରେ ଅବଗତ କରାଇଥିଲେ ଏବଂ ନିଜ ବକ୍ତବ୍ୟରେ ମୋଟା ପଣ ର ପ୍ରତିରୋଧ ପାଇଁ ଚିନି , ତେଲ କାମ ଖାଇବା ଉପରେ ନିୟନ୍ତ୍ରଣ, ବାଲ୍ୟବସ୍ତା ରୁ ଉପଯୁକ୍ତ ପୋଷଣ ସହିତ ଶିକ୍ଷା ,ଛୋଟ ପିଲା ଓ ବାଳକ ବାଳିକା ମାନଙ୍କ ପାଇଁ ସୁଷମ ଖାଦ୍ୟ,ପୋଷଣ ଯୁକ୍ତ ଖାଦ୍ୟ ବ୍ୟବସ୍ଥା ରେ ପୁରୁଷ ମାନଙ୍କର ଅବଦାନ ,ସ୍ଥାନୀୟ ଅଞ୍ଚଳ ରେ ମିଳୁଥିବା ଖାଦ୍ୟ କୁ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇ ଥିଲେ।

ଏ ଡି ପି ଏଚ ଓ ଡ ତ୍ରିପାଠୀ ପୋଷଣ ମାସ ସହ ସୁସ୍ଥ ନାରୀ ସସକ୍ତ ପରିବାର ଅଭିଯାନ ୧୭ ସେପ୍ଟେମ୍ବର ରେ ଶୁଭାରମ୍ଭ କରା ଯାଇଛି ଏଥିରେ ମହିଳା ମାନଙ୍କର ରକ୍ତଚାପ , ମଧୁମେହ, କ୍ୟାନ୍ସର ପରି ରୋଗ ର ପରୀକ୍ଷା କରାଯାଉଛି ,ରକ୍ତହୀନତା(ନିମୋନିଆ) ଯକ୍ଷ୍ମା ଏବଂ ସିକିଲ ସେଲ ପରୀକ୍ଷା, ଗର୍ଭବତୀ ମହିଳା ମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଶିଶୁ ମାନଙ୍କ ପାଇଁ ଟୀକାକରଣ, କିଶୋରୀ ଝିଅ ମାନଙ୍କର ମାନସିକ ସ୍ଥିତି ପାଇଁ କାଉଁନସେଳିଂ କରାଯାଉଅଛି ଓ ମେଡିକାଲ ରେ ଏକ ୟୁନିଟ ଖୋଲା ଯାଇଛି ବୋଲି କହିଥିଲେ।
କୃଷି ଅଧିକାରୀ ଅନିଲ ପ୍ରହରାଜ ବାଡି ବଗିଚା ରେ କିଚେନ୍ ଗାର୍ଡେନ କରନ୍ତୁ ଓ ମାଣ୍ଡିଆ ଜାତୀୟ ଖାଦ୍ୟ ସାମିଲ କରନ୍ତୁ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ନାରୀମାନଙ୍କର ସୁସ୍ଥ ଶରୀର ସହ ସମାଜର ଉନ୍ନତି ପାଇଁ ପୁରୁଷଙ୍କ ସହଭାଗିତା ଉପରେ ଗୁରୁତ୍ବ ଆରୋପ କରିଥିଲେ।

0
0
0
s2sdefault