ହେଡଲାଇନସ୍:

ପଣ୍ଡିତ ଢ଼ାବାରୁ ବିପୁଳ ପରିମାଣର ନକଲି କଫସିରପ୍‌ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧାରୁ (ଶେକ ଜାଫର): ଖୋର୍ଦ୍ଧା 16 ନମ୍ୱର ଜାତୀୟ ରାଜପଥ କଡରେ ଥିବା ପଣ୍ଡିତ ଢ଼ାବାରୁ ବିପୁଳ ପରିମାଣର ନକଲି କଫସିରପ୍‌ ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ଓ ସଦର ଥାନା ପୋଲିସର ମିଳିତ ଚଢ଼ାଉ ବେଳେ ଏସବୁ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅବକାରୀ ବିଭଅଗକୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଢ଼ାବା ହବାହାରେ ଥିବା ଏକ କାରରୁ କଫ ସିରପ ଜବର ହୋଇଥିଲା ପରେ ଢ଼ାବା ଭିତରେ ଏକ ଷ୍ଟୋର ରୁମରୁ ମଧ୍ୟ କଫସିରପ ଜବର କରିଥିଲା ଅବକାରୀ ବିଭାଗ । ଏହି ସକ୍ରାନ୍ତରେ ଢ଼ାବା ମାଲିକ ସହିତ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଢ଼ାବା ମାଲିକ ଦେବରଞ୍ଜନ ଦାସ ଓ ବିଶ୍ୱରଞ୍ଚନ ଖୁଣ୍ଟିଅ। । ଏମାନେ ଦୁଇ ଜଣ ଏହି ବ୍ୟବସାୟ କରୁଥିବାର ଅବକାରୀ ବିଭାଗ କହିଛି । ଏସବୁ କୋଡିଏନ୍‌ ଫସ୍‌ଫେଟ 450 ବୋତଲ ଓ ଏସ୍‌କଫ୍‌ 450 ବୋତଲ ଜାବାତ ହୋଇଛି । ଏନ୍‌ପିଏସ୍‌ ଅ।ଇନ 20ସି ଅନୁସାରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ସେହିପରି ଏମାନେ କେବେଠାରୁ ଏହି ବେଅ।ଇନ ବ୍ୟବସାୟ କରୁଥିଲେ ଓ କେଉଠାରୁ ଏସବୁ ଅ।ଣିଥିଲେ ସେନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ |

0
0
0
s2sdefault