ହେଡଲାଇନସ୍:

ଗଜପତିରେ ବିଶ୍ବ ପର୍ଯ୍ୟଟନ ଦିବସ - ୨୦୨୫ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ଗଜପତି ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଗଜପତି ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପରେ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ବୃନ୍ଦ ଓ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଓ ଛାତ୍ରୀଙ୍କୁ ସ୍ବାଗତ କରିବା ସହ ଆଜି ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ତା ସହ ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା :- ଗଣ୍ଡାହାତୀ ଜଳ ପ୍ରପାତ , ଗୁଦୁଗୁଦା ଜଳ ପ୍ରପାତ , ମାଙ୍କଡ଼ଡିଆଁ ଜଳ ପ୍ରପାତ , ଖସଡ଼ା ଜଳପ୍ରପାତ , ଚନ୍ଦ୍ରଗିରିରେ ଥିବା ତିଦ୍ଦତ ମାନଙ୍କ ଧର୍ମସ୍ଥଳୀ , ବି.ଏନ୍. ପେଲେସ୍ ର ଭିତ୍ତିଭୁମିର ବିକାଶ ରାଜ୍ୟ ପର୍ଯ୍ୟଟନ ବିଭାଗ , ଓଡି଼ଶା ସରକାରଙ୍କ ସହାୟତାରେ ଚାଲୁ ରହିଥିବା ପ୍ରକାଶ କରିଥିଲେ।
ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ର/ଛାତ୍ରୀ ମାନଙ୍କୁ ବିଭିନ୍ନ ଛୁଟି ସମୟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳି କୁ ବୁଲିବାକୁ ଯାଇ ତାହାର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ପର୍ଯ୍ୟଟନ ସ୍ଥଳରେ ପ୍ଲାଷ୍ଟିକ , ପଲିଥିନ୍ ବ୍ୟବହାର ନକରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଆଜିର ପଦକ୍ଷେପ ଆଗାମୀ ପିଢୀ ନିମନ୍ତେ ଆଶାର କିରଣ ଆଣିଦେବା ସହ ଏକ ପ୍ଲାଷ୍ଟିକ୍ ମୁକ୍ତ ଦେଶ ପ୍ରତିଷ୍ଠା ହୋଇପାରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ।
ବିଶ୍ବ ପର୍ଯ୍ୟଟନ ଦିବସର ଏହି ବର୍ଷର ବିଷୟ ବସ୍ତୁ ହେଉଛି “ପର୍ଯ୍ୟଟନ ଓ ଏହାର ସ୍ଥାୟୀ ରୂପାନ୍ତର” (Tourism & Sustainable Transformation). ଏହି ବିଷୟବସ୍ତୁ ଉପରେ ସ୍କୁଲ ଓ କଲେଜ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ କୃତି ଛାତ୍ର/ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀଯୁକ୍ତ ପ୍ରମୋଦ ପାଢୀ ଏବଂ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସହାୟକ ଶ୍ରୀ ସୁଧିର କୁମାର ହୋତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

0
0
0
s2sdefault